‘ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

‘ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗ-SEBCଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ ଓବିସି କମିଶନର ନିଯୁକ୍ତିରେ ରାଜ୍ୟ ସରକାର ଅବହେଳା କରିଛନ୍ତି। ରାଜ୍ୟ ସରକାର ଓବିସି ବର୍ଗଙ୍କ ଉନ୍ନତି ଚାହୁଁନାହାନ୍ତି ବୋଲି ଏହା ଦର୍ଶାଉଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନି। ଚାକିରି କିମ୍ବା ଶିକ୍ଷା କ୍ଷେତ୍ରରେ ସରକାର ସଂରକ୍ଷଣ ଲାଗୁ କରିନାହାନ୍ତି। SEBC ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କାହିଁକି ସଂରକ୍ଷଣ ମିଳିନି। ୨୬ ବର୍ଷ ହେଲା ଓଡ଼ିଶା କାହିଁକି ଏଥିରୁ ବଞ୍ଚିତ, ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ।”

ଅନ୍ୟପକ୍ଷରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆରୋପ ନେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ ଭୋଟ ବ୍ୟାଙ୍କ ନୁହେଁ, ବିଜେଡି ସରକାର ପଛୁଆ ବର୍ଗଙ୍କ ପାଇଁ କାମ କରୁଛି। ପଛୁଆ ବର୍ଗଙ୍କ ଶିକ୍ଷାର ଉନ୍ନତି ପାଇଁ ଅନେକ ହଷ୍ଟେଲ ନିର୍ମାଣ ହୋଇଛି। ସରକାର SC/ST ବର୍ଗଙ୍କ  ସହ ପଛୁଆ ବର୍ଗଙ୍କ ବିକାଶ ପାଇଁ ମଧ୍ୟ କାମ କରୁଛନ୍ତି। ଓବିସି କମିଶନ ଗଠନ ପ୍ରକ୍ରିୟା ଚାଲିଛି।”

 



from Odisha Reporter https://ift.tt/2NmgYIj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages