ବିବି ହାଉସରେ ହେବ ୫ଟି ୱାଇଲ୍ଡ କାର୍ଡ୍ ଏଣ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

ବିବି ହାଉସରେ ହେବ ୫ଟି ୱାଇଲ୍ଡ କାର୍ଡ୍ ଏଣ୍ଟ୍ରି

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଫିନାଲେରେ ପହଞ୍ଚିବାକୁ ଚାଲିଛି ଲଢ଼େଇ। ସମସ୍ତେ ପରସ୍ପରକୁ ମାତ୍‌ ଦେଇ ଆଗକୁ ଯିବାକୁ କସରତ୍‌ ଆରମ୍ଭ କରିଦେଲେଣି। ତେବେ ଏସବୁ ଭିତରେ ଶୋ’ରେ ଆସିବାକୁ ଯାଉଛି ଏକ ବଡ଼ ଟ୍ୱିଷ୍ଟ। ସୂଚନା ଅନୁଯାୟୀ ‘ବିଗ୍‌ ବସ୍‌’ ଘରକୁ ଏବେ ହେବ ୫ ଜଣ ସଦସ୍ୟଙ୍କ ୱାଇଲ୍ଡ କାର୍ଡ୍ ଏଣ୍ଟ୍ରି। ଆଉ ଏମାନେ କେହି ବି ପୂରୁଣା ସଦସ୍ୟ ନୁହନ୍ତି। ୫ ଜଣ ନୂଆ ସଦ୍ୟ ନେବେ ବିବି ହାଉସକୁ ଏଣ୍ଟ୍ରି।

ସୂଚନା ଅନୁଯାୟୀ ଏହି ୱାଇଲ୍ଡକାର୍ଡ୍ କଣ୍ଟେଷ୍ଟାଣ୍ଟ ଆଉ କେହି ନୁହଁନ୍ତି, ଏମାନେ ହେଉଛନ୍ତି ପ୍ରତିଯୋଗୀମାନଙ୍କର ପରିବାର, ସମ୍ପର୍କୀୟ କିମ୍ବା ବନ୍ଧୁ।  ଏମାନେ ଘରକୁ ଭୁଲିବାକୁ ଆସିବେ ନାହିଁ। ଏମାନେ ବିବି ହାଉସ୍‌ରେ ୩ ରୁ ୪ ଦିନ ରହିବେ ଓ ଏହାପରେ ପୁଣି ଫେରିଯିବେ। ତେବେ ଏଭଳି ଟ୍ୱିଷ୍ଟ ବିବି ହାଉସ୍‌ରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ପୂର୍ବରୁ ସିଜିନ୍‌ ୧୧ରେ ମଧ୍ୟ ଘର ସଦସ୍ୟଙ୍କ ପରିବାର ଲୋକ ଆସିଥିଲେ। ହେଲେ ସେମାନଙ୍କୁ ଅନ୍ୟ ଏକ ଘରେ ରଖାଯାଇଥିଲା। ଏଥର କିନ୍ତୁ ଏମାନେ  ବିବି ହାଉସ୍‌ରେ ହିଁ ରହିବେ।

ତେବେ ଯଦି ଏ ଖବର ସତ ହୁଏ ତେବେ ଏହା ଦେଖିବା ବେଶ୍‌ ମଜାଦାର ହେବ ଯେ ପ୍ରତିଯୋଗୀମାନେ ପରସ୍ପରଙ୍କ ଘରଲୋକ ଆଗରେ ନିଜକୁ ସଂଯମରେ ରଖିପାରୁଛନ୍ତି କି ନାହିଁ। ସୂଚନା ଅନୁଯାୟୀ ଏମାନଙ୍କ ବ୍ୟତୀତ ଏହା ମଧ୍ୟ କୁହାଯାଉଛି ଯେ ପୁଣିଥରେ ବିବି ହାଉସ୍‌କୁ ଏଣ୍ଟ୍ରି ନେବେ ହିମାଂଶୀ ଖୁରାନା। ଶୋ’ରେ ହିମାଂଶୀ ଓ ଆସୀମଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେବେ ଗତ ସପ୍ତାହରେ ସଲ୍‌ମାନ୍‌ ଖୁଲାସା କରିଥିଲେ ଯେ ହିମାଂଶୀଙ୍କର ତାଙ୍କ ବୟପ୍ରେଣ୍ଡ ଚାଓଙ୍କ ସହ ବ୍ରେକ୍‌ଅପ୍‌ ହୋଇଯାଇଛି ଓ ସେ ଆସୀମ ପାଇଁ ବାହାରେ ଅପେକ୍ଷା କରିଛନ୍ତି। ଏହାପରଠୁ ଆସୀମ ତାଙ୍କୁ ଦେଖାକରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି।

 



from Odisha Reporter https://ift.tt/36dvI2L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages