ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ କରଣ ଜୋହର ନେଟ୍ ଫ୍ଲିକ୍ସରେ ଆରମ୍ଭ କରିଥିବା ନୂଆ ଶୋ’ର ଟ୍ରେଲର୍ ରିଲିଜ୍ ହୋଇଛି, ଯାହାର ନାଁ ରହିଛି ‘ୱାଟ୍ ଦ ଲଭ୍’। ଏହି ଶୋ’ରେ କରଣଙ୍କୁ ଲଭ୍ଗୁରୁ ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲର୍ରେ କରଣ ଯୁବପିଢ଼ିଙ୍କୁ ଲଭ୍ ଟିପ୍ସ ଦେଉଛନ୍ତି। ଏହି ଶୋ’ର ସଲବୁଠୁ ଖାସ୍ କଥା ହେଉଛି, ଏଥିରେ କିଛି ବଲିଉଡ୍ ସେଲେବ୍ରିଟି ମଧ୍ୟ ନଜର ଆସିବେ। ଏମାନଙ୍କ ମଧ୍ୟରେ ଅଲ୍ଲି ଫଜଲ, ପରିଣୀତି ଚୋପ୍ରା, ସୈଫ୍ ଅଲ୍ଲୀ ଖାନ୍, ସନି ଲିଓନି ଓ ହୁମା ଖୁରେସି ସାମିଲ୍ ଅଛନ୍ତି।
ଏହା ପୂର୍ବରୁ ମଧ୍ୟ କରଣ ଏକ ଡେଟିଂ ଶୋ’ରେ ଲଭ୍ ଗୁରୁ ଭୂମିକା କରିସାରିଛନ୍ତି। ସେ ଇଶ୍କ ଏଫ୍ଏମ୍ରେ ‘କଲିଂ କରଣ’ ନାମକ ଏକ ପଡ୍କାଷ୍ଟ କରିଥିଲେ। ଏଥିରେ ସେ ଲଭ୍ଗୁରୁ ହୋଇ ଲୋକମାନଙ୍କୁ ଡେଟିଂ ବିଷୟରେ ଟିପ୍ସ ଦେଉଥିଲେ। ନେଟଫ୍ଲିକ୍ସରେ ମଧ୍ୟ ଏହା ପୂର୍ବରୁ କରଣ ‘ହରର୍ ଷ୍ଟୋରୀ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୃଣାଳ ଠାକୁର ଓ ଅଭିନାସ ତିୱାରୀ ଲିଡ୍ ରୋଲ୍ରେ ନଜର ଆସିଥିଲେ। ଏହି ଶୋ’ଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେବେ କରଣଙ୍କ ନୂଆ ଶୋ’ ଦର୍ଶକଙ୍କୁ କେମିତି ଲାଗୁଛି ତାହା ଦେଖିବା ବାକିରହିଲା।
ସୂଚନାଯୋଗ୍ୟ କରଣ ଏବେ ତାଙ୍କ ଅପକମିଂ ଫିଲ୍ମ ‘ତଖ୍ତ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସେ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ’, ‘ବ୍ରହ୍ମାସ୍ତ୍ର’, ‘ସୂର୍ଯ୍ୟବଂଶୀ’, ‘ଭୂତ୍ ପାର୍ଟ ୱାନ୍: ଦ ହଣ୍ଟେଡ୍ ଶିପ୍’, ‘ମିଷ୍ଟର ଲେଲେ’ ଓ ‘ଶେର୍ଶାହ’ ପରି ଫିଲ୍ମରେ ପ୍ରଯୋଜନା ଦାୟିତ୍ୱ ନେଉଛନ୍ତି।
from Odisha Reporter https://ift.tt/2sL8eEz
No comments:
Post a Comment