ସମ୍ବଲପୁର(ସଞ୍ଜୟ ଜେନା): ଗତକାଲି ସମ୍ବଲପୁରର ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ୍ଟର ଓ ବସ୍ ମାଲିକଙ୍କ ଉପରେ ହୋଇଛି ବଡ଼ ଜରିମାନା। ପରିବହନ ବିଭାଗ ଉଭୟ ଗାଡ଼ି ଉପରେ ୮୦ ହଜାର ୨୦୦ ଟଙ୍କା ଫାଇନ୍ ଲଗାଇଛି। ଟ୍ରାକ୍ଟର ଉପରେ ୫୩ ହଜାର ୨୦୦ ଟଙ୍କା ଓ ବସ୍ ଉପରେ ୨୭ ହଜାର ଟଙ୍କା ଜରିମାନା ହୋଇଛି ।
ଗତକାଲି ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉଭୟ ଗାଡ଼ିର କାଗଜପତ୍ର ଯାଞ୍ଚ କରି ପରିବହନ ବିଭାଗ ଏହି ଜରିମାନା ଲଗାଇଛି। ଯାତ୍ରୀବାହୀ ବସ୍ର ପରମିଟ୍ ନ ଥିବାରୁ ୧୦ ହଜାର, ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ୧୦ହଜାର, ଫିଟନେସ୍ ପାଇଁ ୫ହଜାର, ଇନସୁରାନ୍ସ ପାଇଁ ୨ ହଜାର ଟଙ୍କା ଫାଇନ୍ କରାଯାଇଛି।
ସେହିପରି ଟ୍ରାକ୍ଟରର ବକେୟା ଟିକସ ବାବଦରେ ୧୬ ହଜାର ୨୦୦ଟଙ୍କା, ପରମିଟ୍ ବାବଦରେ ୧୦ ହଜାର, ପଲ୍ୟୁସନ ସାର୍ଟିଫିକେଟ୍ ନଥିବାରୁ ୧୦ ହଜାର ଏଭଳି ୫୩ ହଜାର ୨ଶହ ଟଙ୍କା ଫାଇନ୍ ପଡିଛି ।
ସୂଚନାଯୋଗ୍ୟ , ଗତକାଲି ସକାଳେ ରାସ୍ତା କାମ କରିବା ପାଇଁ ଶ୍ରମିକମାନେ ଟ୍ରାକ୍ଟରରେ ଯାଉଥିବା ବେଳେ ଯୁଯୁମରା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ବସ୍ଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ଶ୍ରମିକମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/36tTub5
No comments:
Post a Comment