୪୫୦ ଛାତ୍ରଛାତ୍ରୀଙ୍କୁ ମାତ୍ର ୪ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

୪୫୦ ଛାତ୍ରଛାତ୍ରୀଙ୍କୁ ମାତ୍ର ୪ ଶିକ୍ଷକ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ର ମଞ୍ଜୁରୀରୋଡ୍‌ରେ ରହିଛି ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ। ଏହି ସ୍କୁଲ୍‌ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ୪୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ନ୍ତି। ହେଲେ ସ୍କୁଲ୍‌ରେ ଏତେ ସଂଖ୍ୟକ ପିଲାଙ୍କୁ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନାହାନ୍ତି। ୧୧ ଜଣ ଶିକ୍ଷକଙ୍କ ସ୍ଥାନରେ ମାତ୍ର ୪ ଜଣ ଅଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ କୌଣସି ଶିକ୍ଷକ ସରକାରୀ କାର୍ଯ୍ୟରେ ବାହାରକୁ ଗଲେ ପାଠପଢ଼ାରେ ଆହୁରି ଅସୁବିଧା ହେଉଛି। ସ୍କୁଲ୍‌ରେ ଖେଳ ଓ ହିନ୍ଦୀ ଶିକ୍ଷକ ନାହାନ୍ତି। ସାତ ଆଠ ବର୍ଷ ହେଲାଣି ସ୍କୁଲ୍‌ରେ ଏହି ସମସ୍ୟା ଲାଗି ରହିଛି।

ଏନେଇ ସ୍କୁଲର ଜଣେ ଛାତ୍ର ଶ୍ରୀକାନ୍ତ ଖଣ୍ଡେଇ କହିଛନ୍ତି, “ଆମ ସ୍କୁଲ୍‌ରେ ଶିକ୍ଷକ ସଂଖ୍ୟା ବହୁତ କମ୍। ତେଣୁ ସବୁ କ୍ଲାସ୍‌ ହେଇ ପାରୁନି। କୋର୍ସ ଶେଷ ହୋଇ ପାରୁନି।”

ସ୍କୁଲ୍‌ର ଦଶମ ଶ୍ରେଣୀର ଛାତ୍ରୀ ସାଇ ସ୍ମୃତି ମହାନ୍ତି କହିଛନ୍ତି, ‘‍‘ଆମ ଶ୍ରେଣୀରେ ୧୬୧ ପିଲା ଅଛୁ। କିନ୍ତୁ ଶିକ୍ଷକ ଅଭାବରୁ ଆମର ସେକ୍ସନ୍‌ ହୋଇପାରୁନି। ଶିକ୍ଷକ ପଢ଼ାଇଲା ବେଳେ କ୍ଲାସ୍‌ ରୁମ୍‌ର ଶେଷ ପର୍ଯ୍ୟନ୍ତ ଶୁଣାଯାଉନି। ତେଣୁ ପାଠ ପଢ଼ାରେ ଅସୁବିଧା ହେଉଛି। ଆଗକୁ ଆମର ମାଟ୍ରିକ ପରୀକ୍ଷା। ପରୀକ୍ଷା ପାଖେଇ ଆସିଥିଲେ ବି ଆମ କୋର୍ସ ସରିନି। ସେଥିପାଇଁ ପ୍ରଧାନ ଶିକ୍ଷକଙ୍କ ଅନୁମତି ନେଇ ଆମେ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଅତିରିକ୍ତ କ୍ଲାସ୍‌ କରୁଛୁ। ଆମ ସ୍କୁଲରେ ଆହୁରି ଅଧିକ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ଉଚିତ୍। ସ୍କୁଲ୍‌ରେ ହିନ୍ଦୀ ଶିକ୍ଷକ ନଥିବାରୁ ଇଚ୍ଛା ଥାଇ ବି ଅନେକ ଛାତ୍ରଛାତ୍ରୀ ଏହି ବିଷୟକୁ ନେଇ ପାରୁ ନାହାନ୍ତି।”

ସ୍କୁଲ୍‌ରେ କିରାଣି ନାହାନ୍ତି। ତେଣୁ ଶିକ୍ଷକମାନେ କିରାଣିଙ୍କ କାମ ବି କରୁଛନ୍ତି। ଏଥିଯୋଗୁ ସେମାନଙ୍କୁ ଅଧିକ ପରିଶ୍ରମ ପଡ଼ୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନର ମାନ ହ୍ରାସ ହେଉଛି।  ଏନେଇ ସ୍କୁଲ୍ ପକ୍ଷରୁ ବାରମ୍ବାର ଭଦ୍ରକ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଯାଇଛି। ବାରମ୍ବାର ପ୍ରତିଶ୍ରୁତି ମଧ୍ୟ ମିଳିଛି, କିନ୍ତୁ କୌଣସି ସୁଫଳ ମିଳିନାହିଁ।

ସ୍କୁଲର ପ୍ରଧାନ ଶିକ୍ଷକ ବରେନ୍ଦ୍ର ରାଉତ କହିଛନ୍ତି, “ଅଧିକ ଛାତ୍ରଛାତ୍ରୀ ଥିବା ବେଳେ କମ୍ ଶିକ୍ଷକ ଯୋଗୁ ଶିକ୍ଷାଦାନରେ ବାଧା ଉପୁଜୁଛି। ଶିକ୍ଷକଙ୍କ ଅଭାବ ରହିଥିବାରୁ ଶିକ୍ଷାଦାନର ଗୁଣାତ୍ମକମାନ ନିଶ୍ଚିତ ଭାବେ କମୁଛି।”

ସ୍କୁଲ କମିଟି ସଭାପତି ରତନ କୁମାର ରାଉତ କହିଛନ୍ତି, “ଏସବୁ ସମସ୍ୟା ସମ୍ପର୍କରେ ସରକାର ଓ ଜିଲ୍ଲା ପ୍ରଶାସନ ଚିନ୍ତା କରିବାକୁ ଆମେ ଅନୁରୋଧ କରୁଛୁ। ଯଦି ସମସ୍ୟାର ସମାଧାନ ନ ହେଲା, ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ।”

ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ କହିଛନ୍ତି, “ ମୁଁ ଏହି ସ୍କୁଲ୍‌ର ସମସ୍ୟା ନେଇ ଅବଗତ ଅଛି। ଜିଲ୍ଲାରେ ୪ଶହ ଶିକ୍ଷକ ପଦବୀ ଖାଲି ପଡ଼ିଛି।  ଏନେଇ ଶିକ୍ଷା ବିଭାଗକୁ ଜଣାଯାଇଛି।  ତୁରନ୍ତ ଏହାର ସମାଧାନ କରାଯିବ।”

 

 

 



from Odisha Reporter https://ift.tt/36vV645

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages