ପାକିସ୍ତାନର ଆଇଏସଆଇ ହ୍ୱାଟସଆପ ଗ୍ରୁପରେ ୫୬ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 24, 2020

ପାକିସ୍ତାନର ଆଇଏସଆଇ ହ୍ୱାଟସଆପ ଗ୍ରୁପରେ ୫୬ ଭାରତୀୟ

ଲକ୍ଷ୍ନୌ: ସାରା ବିଶ୍ୱକୁ ତତକ୍ଷଣାତ ବାର୍ତ୍ତା ପଠାଇବା ପାଇଁ ସୁବୁଠୁ ବଡ଼ ପ୍ଲାଟଫର୍ମ ସାଜିଛି ହ୍ୱାଟସଆପ୍। ଏହି ଲୋକପ୍ରିୟ ମେସେଜ ଆପ୍ସରେ ଗ୍ରୁପ ତିଆରି କରି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତୀୟ ଏବଂ ଦେଶର ବିଭିନ୍ନ ସ୍ଥାନର ତଥ୍ୟ ସଂଗ୍ରହ କରୁଛି। ସୋମବାର ଉତ୍ତର ପ୍ରଦେଶରୁ ଜଣେ ଆଇଏସଆଇ ଏଜେଣ୍ଟ ଗିରଫ ହେବା ପରେ ଏହି ଖବର ସାମ୍ନାକୁ ଆସିଛି। ଗିରଫ ଆଇଏସଆଇ ଏଜେଣ୍ଟ ମହମ୍ମଦ ରଶିଦ (୨୩)। ଉତ୍ତର ପ୍ରଦେଶର ଆତଙ୍କବାଦୀ ନିରୋଧ ସ୍କ୍ୱାର୍ଡ (ୟୁପିଏଟିଏସ) ସେନା ଗୁଇନ୍ଦା ମିଳିତ ଅପରେଶନ କରି ରଶିଦକୁ ଗିରଫ କରିଛନ୍ତି।

ପାକିସ୍ତାନର ଆଇଏସଆଇ ‘ଜିନ୍ଦେଗି ନା ମିଲେଗି’ ଗ୍ରୁପ ତିଆରି କରି ଭାରତୀୟଙ୍କ ତଥ୍ୟ ନେଉଥିବା ଜଣାପଡ଼ିଛି। ଏହି ଗ୍ରୁପରେ ସିଆରପିଏଫ, କାଶୀ ବିଶ୍ୱନାଥ ମନ୍ଦିର, ଜ୍ଞାନବାପି ମସଜିଦ୍, ସଙ୍କଟ ମୋଚନ ମନ୍ଦିର, ଦଶମେଧ୍ୱଘାଟ, ମାଲବ୍ୟ ବ୍ରିଜ୍, କାଣ୍ଟ ରେଳ ଷ୍ଟେସନ, କାନଟୋନମେଣ୍ଟ ଏବଂ ବାୟୁସେନା ଆଦିର ଫଟୋ ଏବଂ ଭଡ଼ିଓ ଏହି ଗ୍ରୁପରେ ଶେୟାର ହୋଇଥିବା ଜଣାପଡ଼ିଛି। ରଶିଦଙ୍କୁ ଏହି ସମସ୍ତ ଭିଡିଓ ଏବଂ ଫଟୋ ପଠାଇବା ପାଇଁ ୫ ହଜାର ଟଙ୍କା ଦିଆଯାଇଛି ବୋଲି ଜଣାପଡ଼ିଛି।

ଏଡିଜି ଏଟିଏଏସ ଧ୍ରୁବ କାନ୍ତ ଠାକୁର କହିଛନ୍ତି, ରେଡ୍ ବେଳେ ଏକ ସିମ୍ କାର୍ଡକୁ ମଧ୍ୟ ଜବତ କରାଯାଇଛି। ଏହି ସିମ୍ ପାକିସ୍ତାନର ଆଇଏସଆଇ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବହାର ହେଉଥିଲା।

ଏହି ‘ଜିନ୍ଦେଗି ନା ମିଲେଗି’ ଗ୍ରୁପରେ ୫୬ ଭାରତୀୟ ରହିଛନ୍ତି। ହେଲେ କ’ଣ କଥାବାର୍ତ୍ତା ହୋଇଛନ୍ତି ସେ ବାବଦରେ ତଥ୍ୟ ମିଳିପାରି ନାହିଁ। ଏହି ୫୬ ଭାରତୀୟ ବିଭିନ୍ନ ରାଜ୍ୟର ରହିଛନ୍ତି। ସଂପୃକ୍ତ ରାଜ୍ୟ ମାନଙ୍କ ପାଖରୁ ସେହି ହ୍ୱାଟସଆପ ଗ୍ରୁପର ଥିବା ନମ୍ୱର କାହା ନାମରେ ରହିଛି ସେ ବାବଦରେ ତଥ୍ୟ ସଂଗ୍ରହ କରାଯାଇଛି ବୋଲି ଏଡିଜି କହିଛନ୍ତି।
ରଶିଦ ଚନ୍ଦୁଲିରୁ ସହରରେ ପୋଷ୍ଟର ବ୍ୟାନର ଲଗାଉଥିବା ବେଳେ ସେତେବେଶି ପାଠ ପଢ଼ି ନାହିଁ ବୋଲି ଏଡିଜି ଠାକୁର କହିଛନ୍ତି। ଏବେ ଗୁଇନ୍ଦା ବିଭାଗ ରଶିଦକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2vmNzYv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages