କୋରୋନା ଭାଇରସ ଆତଙ୍କ, ଅବଜରଭେସନରେ ୧୧ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 24, 2020

କୋରୋନା ଭାଇରସ ଆତଙ୍କ, ଅବଜରଭେସନରେ ୧୧ ଭାରତୀୟ

ନୂଆଦିଲ୍ଲୀ: ନିକଟରେ ଚୀନରୁ ଫେରିଥିବା ଭାରତୀୟ ନାଗରିକ କୋରୋନା ଭାଇରସର ଆକ୍ରମଣର ଶିକାର ହୋଇଥାଇପାରନ୍ତି। ଏ ନେଇ ସନ୍ଦେହ ପ୍ରକାଶ ପାଇବା ପରେ ୧୧ଜଣ ଭାରତୀୟଙ୍କୁ ଡାକ୍ତର ଅବଜରଭେସନରେ ରଖିଛନ୍ତି। ୧୧ ଜଣଙ୍କ ମଧ୍ୟରୁ କେରଳର ୭, ମୁମ୍ୱାଇର ୨ ଜଣ ଏବଂ ବେଙ୍ଗାଲୁରୁ ଓ ହାଇଦ୍ରାବାଦରୁ ଜଣେ ଲେଖାଏଁ ରହିଛନ୍ତି।

ଚୀନରୁ ଫେରିଥିବା ମୋଟ୍ ୮୦ ଜଣଙ୍କର ସ୍ୱାସ୍ଥ୍ୟଗତ ପରୀକ୍ଷା ହୋଇଥିଲା। ଶୁକ୍ରବାର ହୋଇଥିବା କୋରୋନା ଭାଇରସ ପରୀକ୍ଷାରେ ୭୩ ଜଣଙ୍କ ପାଖରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳିନଥିଲା। ବାକି ୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କିଛି ଲକ୍ଷଣ ଦେଖିବାକୁ ମିଳିଛି। ଏହା କୋରୋନା ଭାଇରସର ଲକ୍ଷଣ ନା ଆଉ କୌଣସି ରୋଗର। ତାହା ସ୍ପଷ୍ଟ ହୋଇନାହିଁ। ହେଲେ ସନ୍ଦେହ ପ୍ରକାଶ କରି ୭ ଜଣ କେରଳୀଙ୍କୁ ଅବଜରଭେସନରେ ରଖାଯାଇଛି ବୋଲି କେରଳର ଡାକ୍ତର ଅମର ଫେଟଲି କହିଛନ୍ତି।

ଏହି କୋରୋନା ଭାଇରସ ଆକ୍ରମଣର ଫଳରେ ଚୀନର ୪୧ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି। ୧୦୦୦ରୁ ଅଧିକ ଲୋକ ଏହି ରୋଗର ଆକ୍ରମଣର ଶିକାର ହୋଇଥିବା ବେଳେ ୨୩୭ ଜଣ ଗୁରୁତର ରହିଛନ୍ତି। ଏହି ଘାତକ ଭାଇରସ ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକା ମହାଦେଶକୁ ବ୍ୟାପୀଛି।

କୋରାନା ଭାଇରସର ଆତଙ୍କ ଦେଖା ଦେବା ପରେ ଚୀନ ଏବଂ ହଙ୍ଗକଙ୍ଗରୁ ମୋଟ୍ ୨୦, ୦୦୦ ବ୍ୟକ୍ତି ଭାରତକୁ ଆସିଛନ୍ତି। ଏମାନେ ସମସ୍ତ ଭାରତକୁ ଆସିବା ବେଳେ ଚୀନ ଏବଂ ହଙ୍ଗକଙ୍ଗ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ କୁହାଯାଇଛି। ଦିଲ୍ଲୀ ଏମ୍ସରେ ମଧ୍ୟ କୋରୋନା ଭାଇରସର ଆକ୍ରମଣର ଶିକାର ରୋଗୀଙ୍କ ଚିକିତ୍ସା ପାଇଁ ଆଇସୋଲେସନ ଓ୍ୱାର୍ଡ (ପୃଥକୀକରଣ) ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/38BCbGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages