ପ୍ରେମ ସମ୍ପର୍କକୁ ଲୁଚାଉଛନ୍ତି ଅଶ୍ୱିନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ପ୍ରେମ ସମ୍ପର୍କକୁ ଲୁଚାଉଛନ୍ତି ଅଶ୍ୱିନ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତା ଓ ଉପସ୍ଥାପକ ଅଶ୍ୱିନ୍‌ ତ୍ରିପାଠୀଙ୍କୁ ‘ଦି ଏଣ୍ଡ’ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ସେହିପରି ‘ଅହିସୁଲକ୍ଷଣୀ’ ସିରିଏଲ୍‌ରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମ, ସିରିଏଲ୍‌ ଓ ଆଙ୍କରିଂ ବ୍ୟତୀତ ଅଶ୍ୱିନ୍‌ଙ୍କୁ ଆଜିକାଲି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ତାଙ୍କର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି, ଯାହାର ନାଁ ରହିଛି ‘ତୋ ବିନା ଲାଗେନା ଭଲ କିଛି’। ଏଥିରେ ଅଶ୍ୱିନ୍‌ ସହିତ ଅଛନ୍ତି  ଆଙ୍କର ପ୍ରେରଣା ପଣ୍ଡା।

ଦୁହେଁ ଏହି ମ୍ୟୁଜିକ୍‌ ଭିଡିଓରେ ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଯାହା ଶୁଣିବାକୁ ମିଳିଛି ଅଶ୍ୱିନ୍‌ ଏବଂ ପ୍ରେରଣା ପରସ୍ପରକୁ ଭଲ ପାଉଛନ୍ତି। କିଛି କଳାକାର କହନ୍ତି, ଦୀର୍ଘ ଦିନ ଧରି ଏମାନେ ରିଲେସନ୍‌ଶିପ୍‌ରେ ଅଛନ୍ତି। ଯେତେବେଳେ ଅଶ୍ୱିନ୍‌ ବାହାରେ ଶୁଟିଂରେ ବ୍ୟସ୍ତ ରହନ୍ତି, ପ୍ରେରଣା ଫୋନ୍‌ କରି ତାଙ୍କ ଖାଇବା ପିଇବା କଥା ବୁଝନ୍ତି। କେବଳ ଏତିକି ନୁହେଁ, ଦୁହେଁ ପ୍ରାୟ ସମୟରେ ଓଡ଼ିଶା ବାହାରକୁ ବୁଲିବାକୁ ଯା’ନ୍ତି।

କିନ୍ତୁ ଅଶ୍ୱିନ୍‌ ଏସବୁ କ୍ୟାମେରା ସାମ୍ନାରେ ମାନିବାକୁ ନାରାଜ। ମାସେ ତଳେ ଅଶ୍ୱିନ୍‌ ଏବଂ ପ୍ରେରଣା ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’ରେ ଅତିଥି ଭାବେ ଯୋଗ ଦେଇଥିଲେ। ଶୋ’ର ଉପସ୍ଥାପିତା ଅଶ୍ୱିନ୍‌ଙ୍କୁ ତାଙ୍କ ପ୍ରେମିକା ବିଷୟରେ ପଚାରିବାରୁ ସେ କହିଥିଲେ ଯେ ତାଙ୍କର ଏବେ ମାତ୍ର ଜଣେ ପ୍ରେମିକା ଅଛନ୍ତି ଓ ସେ ହେଉଛନ୍ତି ତାଙ୍କ ମାଆ। ସେ ତାଙ୍କୁ ସବୁଠୁ ଅଧିକ ଭଲ ପା’ନ୍ତି।

ତେବେ ଅଶ୍ୱିନ୍‌ଙ୍କ ଏହି କଥାଟି ତାଙ୍କ ପ୍ରଶଂସକ ମାନଙ୍କୁ ହଜମ ହୋଇ ନଥିଲା।  ଏହି ଶୋ’ର ଭିଡିଓ ୟୁଟ୍ୟୁବ୍‌ରେ ଅପଲୋଡ୍ ହେବାପରେ ଦର୍ଶକମାନେ ଅଶ୍ୱିନ୍‌ ଏବଂ ପ୍ରେରଣାଙ୍କ ଯୋଡ଼ି ଖୁବ୍ ସୁନ୍ଦର ବୋଲି ପ୍ରତିକ୍ରିୟା ଦେଇଥିଲେ। ତା’ସହିତ ଦୁହେଁ ସେମାନଙ୍କ ସମ୍ପର୍କକୁ ଏମିତି ଲୁଚେଇବା ଆଦୌ ଠିକ୍‌ ନୁହେଁ ବୋଲି ଲେଖିଥିଲେ।

 

 

 



from Odisha Reporter https://ift.tt/35LdKEC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages