ଓଲଟିଲା ଏଲ୍‌ପିଜି ଗ୍ୟାସ ଟ୍ୟାଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ଓଲଟିଲା ଏଲ୍‌ପିଜି ଗ୍ୟାସ ଟ୍ୟାଙ୍କର

ଯାଜପୁର (ଗୋଲାମ ଗସ୍‌): ଯାଜପୁର ଜିଲ୍ଲା କଢ଼େଇ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଭୋରରୁ ଏକ ଏଲ୍‌ପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରୁ ଗ୍ୟାସ୍‌ ଲିକ୍ କରୁଛି। ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଟାଙ୍କି ଉପରେ ପାଣି ଛିଞ୍ଚନ କରୁଛନ୍ତି। ଟ୍ୟାଙ୍କର ଓଲଟି ପଡ଼ିଥିବା ରାସ୍ତାକୁ ପୁଲିସ୍ ସିଲ୍‌ କରି ଦେଇଥିବା ବେଳେ ଅନ୍ୟ ରାସ୍ତା ଦେଇ ଗାଡ଼ି ଚଳାଚଳ କରୁଛି।

ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍‌କୁ ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।  ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2NhCheh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages