ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣା; ବନ୍ଧା ହେଲେ ୩ ମୁଖ୍ୟ ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣା; ବନ୍ଧା ହେଲେ ୩ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଗଣ୍ଡଗୋଳ ଘଟଣାରେ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍। ଗତକାଲି ରାତିରେ କ୍ୟାପିଟାଲ୍ ଥାନା ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଏହା ସହିତ ଏ ଘଟଣାରେ ଏଯାବତ୍‌ ମୋଟ ୨୫ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୨୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ୧୬ ଜଣ ନାବାଳକ ଏବଂ ଜଣେ ଡିଏସ୍‌ପିଙ୍କ ପୁଅ ଅଛନ୍ତି।

ଏହି ଘଟଣାରେ ୩୦ରୁ ଅଧିକ ଜଣ ସମ୍ପୃକ୍ତ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ସମସ୍ତଙ୍କ ଧରିବାକୁ ଚଢ଼ଉ କରିଥିଲା।

ଗତ ୧୦ ତାରିଖରେ ଅଭିଯୁକ୍ତମାନେ ମାର୍କେଟ ବିଲ୍ଡିଂରେ ମାରପିଟ ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନେ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ସେମାନଙ୍କ ଆକ୍ରମଣରେ ପ୍ରାୟ ଶହେରୁ ଅଧିକ ଦୋକାନ ଛିନଛତ୍ର ହୋଇଯାଇଥିଲା। କିଛି ସମୟ ଧରି ସେଠାରେ ଆତଙ୍କରାଜ ଚାଲିଥିବା ବେଳେ ଗ୍ରାହକ ଓ ଦୋକାନୀମାନେ ପ୍ରାଣବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ।



from Odisha Reporter https://ift.tt/2sIeqNO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages