ସାବଧାନ! ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ, ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ସାବଧାନ! ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ, ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ

ନୂଆଦିଲ୍ଲୀ: ସାବାଡ୍ ହେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ। ଟ୍ରାଫିକ୍ ନିୟମ ଉଲ୍ଲଂଘନକଲେ ଏଣିକି ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି। ମଦ ପିଇ ଗାଡ଼ି ଚଲାଇଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କଲେ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ସେହିପରି ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ, ଟ୍ରାଫିକ୍ ଛକରେ ରେଡ୍ ଲାଇଟ୍ ଅମାନ୍ୟ କଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଖାଲି ଏତିକି ନୁହେଁ ମାଲବାହୀ ଗାଡ଼ିରେ ଓଭର ଲୋଡିଂ, କିମ୍ବା ଯାତ୍ରୀବାହୀ ଗାଡ଼ିରେ ମାଲ ପରିବହନ କଲେ ମଧ୍ୟ ଲାଇସେନ୍ସ ବାତିଲ କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍ ମୁତାବକ ଦେଶର ସମସ୍ତ ଆରଟିଓଙ୍କୁ ଅବଗତ କରାଯାଇଛି।

ରାଜ୍ୟର ଟ୍ରାନ୍ସପୋର୍ଟ କମିଶନର ଚିଏଲ ବାତିଲ୍ ହେଉଛି ନା ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ କମିଟିକୁ ପ୍ରତି ୩ ମାସରେ ଥରେ ଅବଗତ କରାଇବେ। ଆବଶ୍ୟକ ପଡ଼ିଲେ ନିୟମ ଉଲଂଘନକାରୀଙ୍କ ଡିଏଲ ସଂପୂର୍ଣ୍ଣ ବାତିଲ କରିବାକୁ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ରହିଛି।

୨୦୧୯ ସେମ୍ବେରର ତଥ୍ୟ ଆଧାରରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ଓଡ଼ିଶାର ୩୩୪ ଜଣଙ୍କ ବିରୋଧରେ ଇ-ଚାଲାଣ କଟାଯାଇଛି।  ୪୯୬ ଡିଏଲ ରଦ୍ଦ ପାଇଁ ଆରଟିଓ ମାନଙ୍କ ପାଖକୁ ପୋଲିସ ତରଫରୁ ସୂଚନା ପଠାଯାଇଛି। ତେବେ ସାରଥୀ ଡାଟା ବେସରେ ଥିବା ତଥ୍ୟ ମୁତାବକ ସେମ୍ବେରରେ ମାତ୍ର ୧୨୬ ଡିଏଲ୍ ବାତିଲ ହୋଇଛି। ଅନ୍ୟମାନଙ୍କ ଡିଏଲ କାହିଁକି ବାତିଲ ହୋଇନାହିଁ ତାହାର କାରଣ ସହ ଜଣାଇବାକୁ ମଧ୍ୟ ସଂପୃକ୍ତ ଆରଟିଓ ମାନଙ୍କୁ ଟ୍ରାନ୍ସପୋର୍ଟ କମିଶନର ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/37sL9oP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages