କମିଶନରରେଟ୍ ପୁଲିସ୍‌ର ୩ ନୂଆ ମନ୍ତ୍ର ବିଷୟରେ କହିଲେ କମିଶନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

କମିଶନରରେଟ୍ ପୁଲିସ୍‌ର ୩ ନୂଆ ମନ୍ତ୍ର ବିଷୟରେ କହିଲେ କମିଶନର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା କମିଶନରରେଟ୍ ପୁଲିସ୍‌ର ୩ ନୂଆ ମନ୍ତ୍ର । କମିଶନରେଟ୍ ପୁଲିସ୍‌  ପ୍ରତିଷ୍ଠା ଦିବସ ଅବସରେ ଏହି  ମନ୍ତ୍ର ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ତାସହିତ ଆଉ ଓ୍ୱି କେୟାର-ଓ୍ୱି ଡେୟାର ନୁହେଁ, ଏବେ ‘ଆମ ପୋଲିସ୍-ଆମ ସୁରକ୍ଷା’ ନୂଆ  ମୋଟୋ ବୋଲି ସିପି କହିଛନ୍ତି ।

ପ୍ରତିଷ୍ଠା ଦିବସ ଅବସରରେ ସଂଘଟିତ ଅପରାଧକୁ କିପରି ନିୟନ୍ତ୍ରଣ କରାଯିବ ତାଉପରେ ପୁଲିସ୍ ଯତ୍ନବାନ ହେବ ବୋଲି  ସେ ସୂଚନା ଦେଇଛନ୍ତି । ଏଥିସହିତ କଟକ-ଭୁବନେଶ୍ୱରରେ ପ୍ରଭାବୀ ସିସିଟିଭି ବ୍ୟବସ୍ଥା କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଫେସିଆଲ୍ ରେକଗ୍ନିସନ ବ୍ୟବସ୍ଥା ହେବ ।

ବରିଷ୍ଠ ନାଗରିକ, ମହିଳାଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ମୂଳଲକ୍ଷ୍ୟ ବୋଲି ସିପି କହିଛନ୍ତି । ସେହିପରି ପୁଲିସ୍ କମିଶନରେଟ୍ ମୁଖ୍ୟାଳୟ ନାଁ  ପୁଲିସ୍‌ ସେବା ଭବନ ହେବ । ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ପରେଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିବାଦନ ଗ୍ରହଣ କରିଥିଲେ ପୁଲିସ୍‌ ଡିଜି ଅଭୟ।



from Odisha Reporter https://ift.tt/36nxBLu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages