ଗୋଟା ମସଲା ମାଂସ କଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଗୋଟା ମସଲା ମାଂସ କଷା

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା, ପିଆଜ, ଟମାଟୋ ପ୍ୟୁରି, ବସାଦହି, ଅଦାରସୁଣ ବଟା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଲୁଣ ଓ ହଳଦୀ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା ଓ ପିଆଜକୁ ଭାଜି ସେଥିରେ ଧନିଆ ପତ୍ର ମିଶାଇ କୁଟି ରଖନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ପ୍ରଥମେ ଲଙ୍କାଗୁଣ୍ଡ ଓ ଟମାଟୋ ପ୍ୟୁରି ପକାନ୍ତୁ। ତା’ପରେ ବସାଦହି ଓ ଅଦାରସୁଣ ବଟା ପକାଇ କଷନ୍ତୁ। ମସଲା କଷିହେବା ପରେ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ପକାନ୍ତୁ। ପରେ ଏଥିରେ ପ୍ରସ୍ତୁତ ଗୋଟା ମସଲା ପକାଇ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲା ପରେ ମାଂସକୁ ପକାଇ ଭଲ ଭାବେ ଗୋଳାଇ ଘୋଡ଼ଣୀ ଦେଇଦିଅନ୍ତୁ। ମଝିରେ ମଝିରେ ଘୋଡ଼ଣୀ ଖୋଲି ମାଂସକୁ ଚଲାନ୍ତୁ।

ମାଂସ ଅଳ୍ପ ସିଝି ଆସିଲେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ପୁଣି ଘୋଡ଼ାଇ ଦିଅନ୍ତୁ। ପାଣି ଦେଲା ବେଳେ ଟିକେ ଧ୍ୟାନ ଦେବେ। କାରଣ ଏଥିରେ ଝୋଳ ରହିବ ନାହିଁ। ପ୍ରାୟ ୪୦ରୁ ୫୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ଗୋଟା ମସଲା ମାଂସ କଷା’। ଏହାକୁ ରୁଟି କିମ୍ବା ଭାତ ସହ ଖାଇପାରିବେ।



from Odisha Reporter https://ift.tt/2SSEgJz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages