ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ବଢ଼ିଛି। ଗତବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୯୬୮ ଥିବା ବେଳେ ଚଳିତ ବର୍ଷ ତାହା ୧୧ ଲକ୍ଷ ୫ ହଜାର ୪୦ରେ ପହଞ୍ଚିଛି।  ଚିଲିକାର ନଳବଣରେ ସର୍ବାଧିକ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଥିବା ଜଣାପଡ଼ିଛି। ଏନେଇ ବାଲୁଗାଁ ଡିଏଫ୍ଓ ଆଲୋକ ରଞ୍ଜନ ହୋତା ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଚିଲିକାରେ ଏଥର ମୋଟ ୧୮୪ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ଥିବା ବେଳେ ନଳବଣରେ ସର୍ବାଧିକ ୧୦୨ ପ୍ରଜାତି ଠାବ ହୋଇଛି।

ସୂଚନାଯୋଗ୍ୟ,  ଗତକାଲି ୧୨୦ରୁ ଅଧିକ କର୍ମଚାରୀ ୨୧ଟି ଟିମ୍‌ରେ ବିଭକ୍ତ ହୋଇ ଏହି ପକ୍ଷୀଗଣନାରେ ନିୟୋଜିତ ହୋଇଥିଲେ। ଚିଲିକା, ରମ୍ଭା, ସାତପଡ଼ା, ବାଲୁଗାଁ ଓ ଟାଙ୍ଗୀ ଏପରି ୫ଟି ରେଞ୍ଜରେ ବିଭକ୍ତ କରାଯାଇ ସର୍ଭେ କରାଯାଇଥିଲା। ପକ୍ଷୀମାନେ ଯେଭଳି ଭୟଭୀତ ନ ହୁଅନ୍ତି, ସେଥିପାଇଁ ପାଓ୍ୱାର ବୋଟ୍ ବଦଳରେ ଦେଶୀ ଡଙ୍ଗା ବ୍ୟବହାର କରାଯାଇଥିଲା। ବାଇନାକୁଲାର ଓ କ୍ୟାମେରା ସହ ଏଷ୍ଟିମେସନ ଓ ବ୍ଲକ୍ ମେଥଡ୍‌ରେ ପକ୍ଷୀ ଗଣନା କରାଯାଇଥିଲା।

 

 

 



from Odisha Reporter https://ift.tt/2QqyGfD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages