ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍ ଭଳି ଆପ୍ଲିକେସନ୍ ଦ୍ୱାରା ଟଙ୍କା କାରବାର କରୁଥିଲେ ସାବଧାନ । ସାଇବର ହ୍ୟାକରମାନେ ନିମିଷେକ ମଧ୍ୟରେ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ କରିଦେଇପାରନ୍ତି। ଭୁବନେଶ୍ୱରରେ ଜଣେ ବ୍ୟକ୍ତି ଅନ୍ଲାଇନ୍ରେ ଏଭଳି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ହ୍ୟାକରଜଣଙ୍କ ନିଜକୁ ଫୋନ ପେ ଅଫିସ୍ର ଜଣେ କର୍ମଚାରୀର ପରିଚୟ ଦେଇ ପ୍ରଥମେ ଅପରପାର୍ଶ୍ୱ ବ୍ୟକ୍ତିଙ୍କୁ ଲୋଭନୀୟ ଅଫର ବିଷୟରେ କହିଥିଲେ । ଏହାପରେ ଆପ୍ସକୁ ଯାଇ କିଛି ନମ୍ବର ଟାଇପ୍ କରିବାକୁ ଗ୍ରାହକଙ୍କୁ କହିଥିଲେ । ଗ୍ରାହକଜଣକ ନମ୍ବର ଟାଇପ୍ କରିବାର କିଛି ସେକେଣ୍ଡ ଭିତରେ ତାଙ୍କ ଆକାଉଣ୍ଟରୁ ୩୮ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା । ଏନେଇ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ ହୋଇଛି।
ନୟାଗଡ଼ରୁ ମଧ୍ୟ ସମାନ ଧରଣର ଠକାମୀର ଅଭିଯୋଗ ଆସିଛି । ପେଟିଏମ୍ରେ ଅଧିକ କ୍ୟାସବ୍ୟାକ୍ ଦେବାର ଲୋଭ ଦେଖାଇ ୪୧ ହଜାର ଟଙ୍କା ଠକି ନେଇଛି ସାଇବର ଠକ । ଏହି ଠକେଇର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ବାସିନ୍ଦା ମନୀଷ ସାହୁ ।
from Odisha Reporter https://ift.tt/2t1k9hB
No comments:
Post a Comment