ଟ୍ରକ୍‌ ସହ ଧକ୍କା ହୋଇ ଜଳିଗଲା ଟ୍ୟାଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ଟ୍ରକ୍‌ ସହ ଧକ୍କା ହୋଇ ଜଳିଗଲା ଟ୍ୟାଙ୍କର

ରାୟଗଡ଼ା(ମନୋଜ ପାତ୍ର): ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର । ରାୟଗଡ଼ା ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ ଟ୍ରକ ଓ ଏସିଡ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ ପାରାକ୍ସାଇଡ୍ ଏସିଡ୍ ନେଇ ଆସୁଥିବା ଟ୍ୟାଙ୍କର ମଝିଘରିଆଣି ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଅପରପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହ ଟ୍ୟାଙ୍କରଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଟ୍ୟାଙ୍କରଟି ଜଳି ଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି  ।



from Odisha Reporter https://ift.tt/37Gig8W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages