୧୦ ଡିଗ୍ରୀ ତଳେ ୧୧ ସହର; ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

୧୦ ଡିଗ୍ରୀ ତଳେ ୧୧ ସହର; ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧, ଦାରିଙ୍ଗବାଡ଼ିରେ ୭.୫, ଭବାନୀପାଟଣାରେ ୮.୫, କୋରାପୁଟରେ ୯, କେନ୍ଦୁଝରରେ ୯.୧, ଝାରସୁଗୁଡ଼ାରେ ୯.୪, ସମ୍ବଲପୁରରେ ୯.୬ ଓ ତାଳଚେରରେ ୯.୭ ଡିଗ୍ରୀ ତାପମାତ୍ରା ରହଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, “କୋଲ୍ଡ ୱେଭ୍‌ ପାଇଁ ୫ଟି ସହରରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଛି- ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ନୟାଗଡ଼। ଏହିସବୁ ଜିଲ୍ଲାରେ କୋଲ୍ଡ ୱେଭ୍‌ କଣ୍ଡିସନ୍ ଦେଖାଦେବ।

ସେ ଆହୁରି କହିଛନ୍ତି, ଆସନ୍ତା ୨୪ ଘଣ୍ଟା ପାଇଁ ଘନକୁହୁଡ଼ି ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ଆଗାମୀ ୫ ଦିନ ଯାଏ ଆକାଶ ମେଘ ମୁକ୍ତ ରହିବ। ଗୋଟିଏ ଦୁଇଟି ଜାଗାରେ ଆକାଶ ମେଘୁଆ ରହିପାରେ। ହେଲେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

 

 

 



from Odisha Reporter https://ift.tt/2R99uK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages