ସମ୍ବଲପୁର (ସଞ୍ଜୟ ଜେନା): ୨୦ ହଜାର ଟଙ୍କା ଲାଞ୍ଚ ନେଇ ୩ ପୁଲିସ୍ କର୍ମଚାରୀ ନିଲମ୍ବିତ। ଲାଞ୍ଚ କାରବାର ପୁଣି ଚାଲିଥିଲା ପାନ ଦୋକାନୀଙ୍କ ମାଧ୍ୟମରେ। ହେଲେ ଏହି ସମୟର ଏକ ଭିଡିଓ ଭାଇରାଲ ହେବା ପରେ ୩ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍ପି। ଏଥିସହ ଥାନାଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନାରେ । ନିଲମ୍ବିତ କର୍ମଚାରୀମାନେ ହେଲେ ଯୁଯୁମରା ଥାନାର କନଷ୍ଟେବଲ ପ୍ରଶାନ୍ତ ପ୍ରଧାନ, ହାବିଲଦାର ବିରଞ୍ଚି ବେହେରା ଓ ଡ୍ରାଇଭର ଜଗନ୍ନାଥ ଜେନା।
ପୂରା ଘଟଣାଟି ଏହି ପରି । ଏକ ବାଇକ୍ରେ ଜଣେ ବ୍ୟକ୍ତି କାଠ ନେଇ ଯାଉଥିବା ବେଳେ ଏହାକୁ ଜବତ କରିଥିଲା ପୁଲିସ୍ ପାଟ୍ରୋଲିଂ ଗାଡ଼ି । ଏହାପରେ କାଠ ଛାଡ଼ିବାକୁ ମୂଲଚାଲ ହୋଇ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା । ହେଲେ ସିଧାସଳଖ ପୁଲିସ୍ କର୍ମଚାରୀ ଲାଞ୍ଚ ନ ନେଇ ଏଥିନିମନ୍ତେ ଥାନା ଅପରପାର୍ଶ୍ୱରେ ଥିବା ପାନ ଦୋକାନକୁ ବାଛିଥିଲେ। ସମ୍ପୃକ୍ତ ପାନ ଦୋକାନୀଙ୍କ ଜରିଆରେ ଟଙ୍କା ନେଣଦେଣ ଚାଲିଥିବା ବେଳର ଏହାର ଭିଡ଼ିଓ ଭାଇରାଲ ହୋଇଥିଲା ।
ଏହାପରେ ସମ୍ବଲପୁର ଏସ୍ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ଗତକାଲି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଏହି ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।
from Odisha Reporter https://ift.tt/2tQiVWG
No comments:
Post a Comment