ପ୍ରେମ୍‌ ଆନନ୍ଦଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଜୁବିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ପ୍ରେମ୍‌ ଆନନ୍ଦଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଜୁବିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତ ପାଇଁ ମ୍ୟୁଜିକ୍  ଦେଇଛନ୍ତି। ସେଥିରୁ ଗୋଟେ ଗୀତକୁ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ମୋହିତ୍‌ ଚୌହାନ୍‌ ଗାଇଥିବା ବେଳେ ଅନ୍ୟଟିକୁ ଜୁବିନ୍‌ ନଉଟିୟାଲ୍‌ ଗାଇଛନ୍ତି। ମୋହିତ୍‌ ଚୌହାନ୍‌  ‘ବାହୋ ମେଁ’ ଗୀତଟିକୁ ଗାଇଥିବା ବେଳେ ‘ଖୁଦା ରାଜି’ ଗୀତକୁ ଗାଇଛନ୍ତି ଜୁବିନ୍‌। ତେବେ ପ୍ରେମ୍ ଆନନ୍ଦଙ୍କ କହିବା ଅନୁଯାୟୀ, ପ୍ରଥମେ ଜୁବିନ୍‌ ଏହି ଗୀତକୁ ଗାଇବା ପାଇଁ ସଫାସଫା ମନା କରି ଦେଇଥିଲେ। କିନ୍ତୁ ପରେ ରାଜି ହୋଇଥିଲେ।

‘ଖୁଦା ରାଜି’ ଗୀତ କମ୍ପୋଜ୍‌ କରିବା ସମୟରେ ପ୍ରେମ୍ ଆନନ୍ଦଙ୍କ ମୁଣ୍ଡରେ ଜୁବିନ୍‌ ହିଁ ଥିଲେ। ଏହି ଗୀତ ଜୁବିନ୍ ଗାଆନ୍ତୁ ବୋଲି ସେ ଚାହୁଁଥିଲେ। ଗୀତର ମ୍ୟୁଜିକ୍ ପ୍ରସ୍ତୁତ ହେବା ପରେ ତାଙ୍କ ସହ କଥାବାର୍ତ୍ତା କରାଯାଇଥିଲା। ତେବେ ସେ ଏହି ଗୀତ ଗାଇବାକୁ ସଫାସଫା ମନା କରି ଦେଇଥିଲେ। ସେ କୌଣସି ନୂଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତ ଗାଉ ନାହାନ୍ତି ବୋଲି କହିଥିଲେ। ତେବେ ପ୍ରେମ୍ ଆନନ୍ଦ ତାଙ୍କୁ ଥରେ କମ୍ପୋଜିସନ୍ ଶୁଣିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ଜୁବିନ୍ କମ୍ପୋଜିସନ୍ ଶୁଣିଥିଲେ ଓ ଏହା ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା। ତା’ପରେ ସେ ପ୍ରେମ୍ ଆନନ୍ଦଙ୍କୁ ଫୋନ୍ କରି ଗୀତ ରେକର୍ଡିଂ କରିବେ ବୋଲି କହିଥିଲେ।

କେବଳ ଏତିକି ନୁହେଁ, ଗୀତଟି ଜୁବିନ୍‌ଙ୍କୁ ଏତେ ପସନ୍ଦ ଆସିଥିଲା ଯେ ରେକର୍ଡିଂ ସାରିବା ପରେ ଏହି ଗୀତ ପାଇଁ ତାଙ୍କୁ ଯେତିକି ପାରିଶ୍ରମିକ ମିଳିଥିଲା ସେଥିରୁ ଅଧା ନେବାକୁ କହିଥିଲେ। ଏକଥା ଶୁଣିବା ପରେ ପ୍ରେମ୍ ଆନନ୍ଦ ଖୁସିହେବା ସହ ଗର୍ବ ଅନୁଭବ କରିଥିଲେ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’ର ଏକ ଅଧ୍ୟାୟରେ ଯୋଗଦେଇ ପ୍ରେମ୍‌ ଆନନ୍ଦ ଏକଥା କହିଥିଲେ।

ସୂଚନାଯୋଗ୍ୟ, ୬୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ୍ ଆନନ୍ଦ ଭୋଜପୁରୀ ଓ ବଙ୍ଗାଳି ଫିଲ୍ମରେ ବି କାମ କରିଛନ୍ତି।



from Odisha Reporter https://ift.tt/2ZVfv0E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages