ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ପଙ୍ଗାତିରା ଗାଁରେ। ମୃତ ମହିଳାଙ୍କ ନାଁ ମିତା ସାହୁ। ତାଙ୍କ ସ୍ୱାମୀଙ୍କ ନାଁ ଲଳିତ ସାହୁ ।

ସୂଚନା ଅନୁଯାୟୀ, ଦୁଇ ବର୍ଷ ତଳେ ମିତା ନିଜ ଗାଁର ଲଳିତଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ କୌଣସି କଥାକୁ ନେଇ ଝଗଡ଼ା ହେଉଥିଲା। ଗତକାଲି ମିତାଙ୍କ ବାପା  ମହାବିରୋଡ଼ ଥାନାରେ ଲଳିତଙ୍କ ନାଁରେ ଅଭିଯୋଗ କରିଥିଲେ। ଲଳିତ ଏହା ଜାଣିବା ପରେ ରାଗିଯାଇଥିଲେ। ଏହି କଥାକୁ ନେଇ ଗତକାଲି ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଲଳିତ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ଦେଇ ଫେରାର ହୋଇଯାଇଥିଲେ। ମହାବିରୋଡ଼ ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।



from Odisha Reporter https://ift.tt/35pI5bK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages