ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ନିକ୍ ବସ୍କୁ ଏକ ଗୋରୁ ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଯାତ୍ରୀ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପିକ୍ନିକ୍ ବସ୍ କଟକରୁ ପର୍ଯ୍ୟଟକମାନଙ୍କୁ ନେଇ କୋଲକାତା ଫେରୁଥିଲା। ଏହି ସମୟରେ ନନ୍ଦିକା ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ବସ୍କୁ ଧକ୍କା ଦେଇଥିଲା।
ପୁଲିସ୍ ଗୋରୁ ବୋଝେଇ ଟ୍ରକ୍ଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।
from Odisha Reporter https://ift.tt/2RCblHg
No comments:
Post a Comment