ପୁରୀ ବଡ଼ଦାଣ୍ଡରୁ ଘରକୁ ଫେରିଲେ ଇଞ୍ଜିନିୟର ଭିକାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ପୁରୀ ବଡ଼ଦାଣ୍ଡରୁ ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ(ଓଡ଼ିଶା ରିପୋର୍ଟର): ଶେଷରେ ଘରକୁ ଫେରିଲେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର। ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି।

ଗିରିଜାଙ୍କ ଘର ଭୁବନେଶ୍ୱର ନୀଳାଦ୍ରୀ ବିହାର ଅଞ୍ଚଳରେ ଓ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍‌ପି ଥିଲେ ।

ସବୁଦିନ ଭଳି ବଡ଼ଦାଣ୍ଡରେ ଗିରିଜା ଭିକ୍ଷାବୃତ୍ତି କରୁଥିବା ବେଳେ ତାଙ୍କ ଆଗରେ ଜଣେ ରିକ୍ସା ଚାଳକ ରିକ୍ସା ରଖି ଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ପିଟାପିଟି ହେବା ପରେ ଥାନାରେ ମାମଲା ପହଞ୍ଚିଥିଲା।

ଗିରିଜା ନିର୍ଭୁଲ୍‌ ଭାବରେ ଇଂରାଜୀରେ ଲେଖିଥିବା ଏତଲାରୁ ତାଙ୍କର ପ୍ରକୃତ ପରିଚୟ ସମ୍ପର୍କରେ ଜଣାପଡ଼ିଥିଲା। ସେ ଜଣେ ଉଚ୍ଚ ଶିକ୍ଷିତ ତଥା ଇଞ୍ଜିନିୟର ବୋଲି ଜାଣିବାକୁ ମିଳିଥିଲା। କୌଣସି କାରଣରୁ ସେ ଭିକ୍ଷା ବୃତ୍ତିକୁ ଆପଣାଇ ନେଇଥିଲେ ବୋଲି କୁହାଯାଉଛି।



from Odisha Reporter https://ift.tt/2TAGHAV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages