କରୋନା ଆତଙ୍କ: ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ, ଆଡଭାଇଜରି ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

କରୋନା ଆତଙ୍କ: ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ, ଆଡଭାଇଜରି ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱବାସୀ ଏବେ ଆତଙ୍କିତ ଅଛନ୍ତି।  ଏହି ଭୂତାଣୁ ସଂକ୍ରମଣରେ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି ।  ଏବେ ଏହା ବିଶ୍ୱର ୧୫ଟି ଦେଶକୁ ବ୍ୟାପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ।

ଏହି ଭୂତାଣୁଜନିତ ରୋଗର ମୁକାବିଲା ନିମନ୍ତେ ରାଜ୍ୟର ବଡ଼ ମେଡିକାଲ୍‌ଗୁଡ଼ିକରେ ଖୋଲିଛି ସ୍ୱତନ୍ତ୍ର ଓ୍ୱାର୍ଡ। ଏହାସହ ଏୟାରପୋର୍ଟ, ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ଜାରି ହୋଇଛି ଆଡଭାଇଜରି । ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି  । ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ  ଝାରସୁଗୁଡ଼ା ହସ୍ପିଟାଲ୍‌ରେ  ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି । ଏପଟେ କରୋନା ଭାଇରସକୁ ନେଇ ସାଧାରଣ ଲୋକେ ଏକପ୍ରକାର ଭୟଭୀତ ହୋଇପଡିଛନ୍ତି  ।



from Odisha Reporter https://ift.tt/3aUxVnA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages