ମ୍ୟାଚ୍‌ ବେଳେ ଅଭିନବ ଢଙ୍ଗରେ ବେଟିଂ କାରବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ମ୍ୟାଚ୍‌ ବେଳେ ଅଭିନବ ଢଙ୍ଗରେ ବେଟିଂ କାରବାର

ଜଳେଶ୍ୱର( ଅଜିତ ଦାସ) : ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଭିନବ ଢଙ୍ଗରେ ଚାଲିଥିଲା ବେଟିଂ କାରବାର । ଅର୍ଥାତ୍‌ ଫୋନ୍‌ ପେ’ ଜରିଆରେ ଏହି କାରବାର ଚାଲିଥିବା ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ପୁଲିସ୍‌।

ଖବର ପାଇ ଜଳେଶ୍ୱର ପୁଲିସ୍‌ ଗ୍ୟାରେଜ ବଜାରରେ ଚଢ଼ଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ମୋବାଇଲ୍‌ ଜବତ କରିଛି ପୁଲିସ୍‌।

ବେଟିଂ ବେଳେ ଅମିରୁଦ୍ଦିନଙ୍କ ଫୋନ୍‌ ପେ’ ଆକାଉଣ୍ଟକୁ ସବୁ ଟଙ୍କା ଆସୁଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଚଳାଇଛି।



from Odisha Reporter https://ift.tt/2TGmxFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages