ବାନ୍ତିର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ବାନ୍ତିର ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାନ୍ତି ଲାଗିବା ଏକ ସାଧାରଣ ସମସ୍ୟା। ଘରେ ହେଉ କିମ୍ୱା ବାହାରେ କିଛି ଲୋକଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଥରେ ବାନ୍ତି ହେବା ପରେ ଆପଣ ପୂରା ଦିନ ଅସୁସ୍ଥ ଅନୁଭବ କରିଥା’ନ୍ତି ଏବଂ ମନ ମଧ୍ୟ ଖରାପ ହୋଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ବାନ୍ତି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ଦୂର କରାଯାଇପାରିବ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?

ଅଦା :-

ଅଦାରେ ଏଣ୍ଟିମେଟିକ୍‌ ଗୁଣ ରହିଛି। ଏଣ୍ଟିମେଟିକ୍‌ ଏପରି ଏକ ଗୁଣ ଯାହା ବାନ୍ତି ଓ ମୁଣ୍ଡ ବୁଲାଇବା ସମୟରେ ରକ୍ଷା କରିଥାଏ। ସେଥିପାଇଁ ବାନ୍ତି ଲାଗିବା ସମୟରେ ଅଦା କିମ୍ୱା ଏହାର ଚାହା ପିଅନ୍ତୁ। ଏପରି କଲେ ଆଉ ବାନ୍ତି ଲାଗିବ ନାହିଁ। ବାହାରକୁ ଯିବା ସମୟରେ ନିଜ ସହିତ ଅଦା ସାଙ୍ଗରେ ନିଅନ୍ତୁ। ଯଦି ବାନ୍ତି ଲାଗିଲା ପରି ଲାଗୁଛି, ତେବେ ଏହାକୁ ଅଳ୍ପ ଅଳ୍ପ ଖାଇବା ପାଇଁ ଚେଷ୍ଟା କରନ୍ତୁ।

ଲେମ୍ୱୁ :-

ଲେମ୍ୱୁରେ ଥିବା ସାଇଟ୍ରିକ ଏସିଡ୍‌ ବାନ୍ତି ସମସ୍ୟାକୁ ଦୂର କରିଥାଏ। ଗୋଟିଏ କପ୍‌ରେ ଗରମ ପାଣି ନିଅନ୍ତୁ ଏବଂ ଏଥିରେ ଗୋଟିଏ ଚାମଚ ଲେମ୍ୱୁ ରସ ଓ ଲୁଣ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ପିଅନ୍ତୁ। ଏହି ମିଶ୍ରଣରେ ଆପଣ ମହୁ ପକାଇ ମଧ୍ୟ ପିଇପାରିବେ। ବାହାରକୁ ଯାତ୍ରା କରିବା ସମୟରେ ଏହି ମିଶ୍ରଣ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଗୁଜୁରାତି :- 

ଗୁଜୁରାତି ବାନ୍ତି ବନ୍ଦ କରିବା ପାଇଁ ସାହଯ୍ୟ କରିଥାଏ। ବାନ୍ତି ଲାଗିବା ସମୟରେ ଗୁଜୁରାତିର ଦୁଇଟି ମଞ୍ଜି ପାଟିରେ ପକାଇ ଧୀରେ ଧୀରେ ଚୋବାନ୍ତୁ। ଏହାଦ୍ୱାରା ବାନ୍ତି କମ୍‌ ହୋଇଥାଏ।

ପୁଦିନା ପତ୍ର :-

ପୁଦିନା ପେଟର ମାଂସପେଶୀକୁ ଆରାମ ଦେଇଥାଏ। ଏହାର ତେଲ ବାନ୍ତି ବନ୍ଦ କରିବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ବାହାରକୁ ଯିବା ସମୟରେ ପୁଦିନା ତେଲର କିଛି ବୁନ୍ଦା ରୁମାଲରେ ପକାଇ ଏହାକୁ ଶୁଙ୍ଘନ୍ତୁ। ଏବା ବ୍ୟତୀତ ଶୁଖିଲା ପୁଦିନା ପତ୍ରକୁ ଗରମ ପାଣିରେ ମିଶାଇ ଚାହା ପ୍ରସ୍ତୁତ କରନ୍ତୁ। ଏଥିରେ ମହୁ ପକାଇ ବାହାରକୁ ଯିବା ପୂର୍ବରୁ ଏହି ମିଶ୍ରଣକୁ ପିଇସାରିବା ପରେ ବାହାରନ୍ତୁ।

ଲବଙ୍ଗ :- 


ଯେତେବେଳେ ବି ଆପଣଙ୍କୁ ଲାଗୁଛି କି ବାନ୍ତି ହେବ, ସେହି ସମୟରେ ଲବଙ୍ଗ ପାଟିରେ ରଖି ଚୁଚୁମିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ବାନ୍ତି ଲାଗିବା ବନ୍ଦ ହେବ।



from Odisha Reporter https://ift.tt/30AvhOQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages