କେଶ ପାଇଁ ଭଲ ‘ଆଳୁ ପ୍ୟାକ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

କେଶ ପାଇଁ ଭଲ ‘ଆଳୁ ପ୍ୟାକ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବ୍ୟଞ୍ଜନରେ ଆଳୁ ପଡ଼ିଥାଏ। ସମସ୍ତେ ପ୍ରାୟ ଆଳୁ ଖାଇବାକୁ ଭଲ ପା’ନ୍ତି। ତେବେ ଖାଦ୍ୟ ସହିତ ଏହାକୁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଏ। ତ୍ୱଚାରେ ହେଉଥିବା ଦାଗ ଓ ଡାର୍କ ସର୍କଲ୍‌କୁ ଭଲ କରିବା ପାଇଁ ଆଳୁର ସାହାଯ୍ୟ ନିଆଯାଏ। କେବଳ ତ୍ୱଚା ନୁହେଁ, ଆଳୁ କେଶ ପାଇଁ ମଧ୍ୟ ବହୁତ ଭଲ। ଏହା କେଶକୁ ମଜଭୁତ୍‌ କରିଥାଏ। ଯଦି ଆପଣଙ୍କର କେଶ ଝଡୁଛି କିମ୍ୱା ବୃଦ୍ଧି ହେଉନାହିଁ, ତା’ହେଲେ ଆଳୁର ପ୍ୟାକ୍ ତିଆରି କରି କେଶ ମୂଳରେ ଲଗାନ୍ତୁ ।

କେମିତି କରିବେ ଆଳୁ ପ୍ୟାକ୍‌

ଆଳୁକୁ ପେଷ୍ଟ କରି ଏହାର ଜୁସ୍‌ ବାହାର କରନ୍ତୁ। ଏହା ବ୍ୟତୀତ ଆପଣ ସେହି ପେଷ୍ଟରେ ୧ ଚାମଚ ଲେମ୍ୱୁ ରସ ଓ ୨ ଚାମଚ ଦହି ମିଶାଇ ମଧ୍ୟ ପ୍ୟାକ୍‌ ପ୍ରସ୍ତୁତ କରିପାରିବେ। ଏହି ପ୍ୟାକ୍‌କୁ କେଶ ମୂଳରେ ଲଗାଇ ମାଲିସ କରନ୍ତୁ। ପ୍ୟାକ୍‌କୁ ଲଗାଇ ସାରିବାର ୧ ଘଣ୍ଟା ପରେ କେଶକୁ ଶାମ୍ପୂରେ ଧୋଇ ଦିଅନ୍ତୁ।  ଏହିପରି ସପ୍ତାହକୁ ଦୁଇଥର କରନ୍ତୁ। ଏହାଦ୍ୱାରା କେଶ ସାଇନ୍‌ କରିବା ସହିତ ମୂଳ ମଜଭୁତ ହେବ।

ଆଳୁ ପ୍ୟାକ୍‌ରୁ କେଶକୁ କ’ଣ ସବୁ ଲାଭ ମିଳିଥାଏ

୧. ଆଳୁରେ ଥିବା ଭିଟାମିନ୍‌ ତତ୍ତ୍ୱ କେଶ ମୂଳକୁ ଅକ୍ସିଡାଇଜ୍‌ କରିଥାଏ। ଏହା ସହିତ କେଶ ମୂଳରେ ଥିବା କୋଲେଜନ୍‌ ଟିସୁକୁ ସୁସ୍ଥ ରଖିଥାଏ। ଏହି ଟିସୁ କେଶ ବୃଦ୍ଧିରେ ସହାୟକ ହୋଇଥାଏ।

୨. ଆଳୁରେ ଥିବା ଭିଟାମିନ୍‌ ସି, ବି ଓ ଆଇରନ୍‌ କେଶକୁ ମଜଭୁତ୍‌ କରି ଝଡ଼ିବା ସମସ୍ୟା ବନ୍ଦ କରିଥାଏ।

୩. କେଶ ପାଇଁ ଆଳୁ ପ୍ୟାକ୍‌ ଏକ କଣ୍ଡିସନର୍‌ ପରି କାମ କରିଥାଏ।

୪. ଯଦି କେଶ ଅଧିକ ଝଡୁଛି, ତା’ହେଲେ ଆଳୁ ପ୍ୟାକ୍‌ରେ ଲେମ୍ୱୁ ରସ ମିଶାଇ କେଶ ମୂଳରେ ମାଲିସ କରନ୍ତୁ।

 



from Odisha Reporter https://ift.tt/2QLncnk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages