ସେକ୍ସ ରାକେଟ୍‌ ମାମଲାରେ ଗିରଫ ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅରହାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ସେକ୍ସ ରାକେଟ୍‌ ମାମଲାରେ ଗିରଫ ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅରହାନ୍

ମୁମ୍ୱାଇ: ‘ବିଗ୍ ବସ୍ ୧୩’ ପ୍ରତିଯୋଗୀ ଅରହାନ ଖାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜକୁ ଅରହାନ୍‌ଙ୍କ ପୂର୍ବତନ ପ୍ରେମିକା କହୁଥିବା ଅମୃତା ଧନୋଆ ସେକ୍ସ ରାକେଟ ମାମଲାରେ ଗିରଫ ହେବାପରେ ସବୁ ଦୋଷ ତାଙ୍କ ଉପରେ ଲଦି ଦେଇଥିଲେ। ହେଲେ ଏ ନେଇ ମୁହଁ ଖୋଲିଛନ୍ତି ଅରହାନ୍।

ସେ କହିଛନ୍ତି, “ମୁଁ ତାଙ୍କୁ ଜାଣି ନାହିଁ। ମୁଁ ତାଙ୍କୁ ଗିରଫ କେମିତି କରାଇପାରିବି। ମୁଁ ଏକ ସାକ୍ଷାତ୍‌କାରରେ ଏହା ସ୍ପଷ୍ଟ କରିଦେଇଥିଲି ଯେ ମୁଁ ଏ ଝିଅକୁ ଆଦୌ ଜାଣି ନାହିଁ। ଏହା ପରେ ବି ମିଡିଆ ତାଙ୍କର ଇଣ୍ଟରଭ୍ୟୁ ନେଲା। ଫଳରେ ତାଙ୍କୁ ମିଛ କହିବାର ମୌକା ମିଳିଗଲା। ମୁଁ ଏବେ ବି କହୁଛି ଯେ ମୁଁ ତାଙ୍କୁ ଚିହ୍ନିନାହିଁ କି କେବେ ବି ଦେଖା କରିନାହିଁ। ତା’ହେଲେ ମୁଁ ତାଙ୍କୁ କେମିତି ଡେଟ୍‌ କରିପାରିବି ଓ ତାଙ୍କ ସହ ଲିଭ୍‌ ଇନ୍‌ରେ ରହିପାରିବି।”

ଗତ ଶୁକ୍ରବାର ମୁମ୍ୱାଇର ଏକ ପଞ୍ଚ ତାରକା ହୋଟେଲରେ ସେକ୍ସ ରାକେଟ୍‌ ଚାଲିଥିବା ଖବର ପାଇ ପୁଲିସ୍ ଚଢ଼ଉ କରିଥିଲା ଓ ଅମୃତାଙ୍କୁ ଗିରଫ କରିଥିଲା। ତାଙ୍କ ସହିତ ଅନ୍ୟ ଜଣେ ଅଭିନେତ୍ରୀ ରିଚା ସିଂହଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ତେବେ ଧରାପଡ଼ିବା ପରେ ଅମୃତା କହିଥିଲେ ଯେ ତାଙ୍କୁ ଫସାଇବା ପାଇଁ ଏସବୁ କରାଯାଇଛି। ଅରହାନ୍‌ଙ୍କ ପ୍ଲାନ୍‌ କରି ତାଙ୍କୁ ଫସାଇଛନ୍ତି।

ସୂଚନାଯୋଗ୍ୟ, ଅରହାନ୍‌ ତାଙ୍କଠୁ ୫ ଲକ୍ଷ ଟଙ୍କା ନେଇ ଠକି ନେଇଥିବା ଅମୃତା ଅଭିଯୋଗ କରିଥିଲେ। ଏନେଇ ଅରହାନ୍ କହିଛନ୍ତି ଯେ ଅମୃତା ଏକଥା ପ୍ରମାଣ କରି ଦେଲେ ସେ ୫ ଲକ୍ଷ ବଦଳରେ ୫ କୋଟି ଟଙ୍କା ଦେବାକୁ ରାଜି ଅଛନ୍ତି।

View this post on Instagram

Bigg boss and revealing reality

A post shared by Amrita Dhanoa (@amritadhanoa) on



from Odisha Reporter https://ift.tt/35M7jBh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages