ମଶାଣିରେ ପୂର୍ବପୁରୁଷଙ୍କୁ ନାଗରିକତାର ପ୍ରମାଣ ମାଗିଲେ ଏହି ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 24, 2020

ମଶାଣିରେ ପୂର୍ବପୁରୁଷଙ୍କୁ ନାଗରିକତାର ପ୍ରମାଣ ମାଗିଲେ ଏହି ବ୍ୟକ୍ତି

ପ୍ରୟାଗରାଜ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ହସୀବ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଅଭିନବ ଉପାୟରେ ବିରୋଧ କରିଛନ୍ତି। ସେ ପ୍ରୟାଗରାଜରେ ଥିବା ଏକ ମଶାଣିକୁ ଯାଇ ସେଠାରେ ତାଙ୍କ ପୂର୍ବପୁରୁଷଙ୍କ ଶବ ନିକଟରେ ଛିଡ଼ା ହୋଇଥିଲେ। ଏହାପରେ ସେ ତାଙ୍କ ପୂର୍ବପୁରୁଷଙ୍କୁ ସେ ଭାରତୀୟ ନାଗରିକତ ବୋଲି ପ୍ରମାଣ କରିବା ପାଇଁ ଦସ୍ତାବିଜ ମାଗିଥିଲେ।

ସେ କହିଛନ୍ତି, “ମୁଁ ଏଠାକୁ ମୋ ସଂପ୍ରଦାୟର ଅନ୍ୟ ଯୁବକଙ୍କ ସହ ଆସିଛି। ଆମେ ଏଠାରେ ଆମ ପୂର୍ବପୁରୁଷଙ୍କୁ ଆମେ ଭାରତୀୟ ନାଗରିକ ବୋଲି ପ୍ରମାଣ କରିବା ପାଇଁ କ’ଣ ଦସ୍ତାବିଜ ରଖିଛି ସେକଥା ପଚରାଉଛୁ ଏବଂ ଏହାକୁ ଦେବା ପାଇଁ ଅନୁରୋଧ କରୁଛୁ। ଯଦି ସେମାନେ ଦେବେନାହିଁ, ତା’ହେଲେ ସିଏଏ କଥା ବୁଝୁଥିବା ଅଧିକାରୀଙ୍କ ପାଖକୁ ଯିବି।

ଏହାପରେ ସେମାନଙ୍କୁ କହିବି ଯେ ମୋ ପୂର୍ବପୁରୁଷଙ୍କୁ ମଧ୍ୟ ମୋ ପରିବାର ଲୋକଙ୍କ ସହ ଅଟକ କେନ୍ଦ୍ରରେ ରଖାଯାଉ। କାରଣ ମୋ ପାଖରେ ମୁଁ ଏହି ଦେଶର ନାଗରିକ ବୋଲି ପ୍ରମାଣ କରିବାକୁ କୌଣସି ଦସ୍ତାବିଜ ନାହିଁ। ଏହି ଘଟଣାର ପୂରା ଭିଡିଓ ରେକର୍ଡ ହୋଇଛି ଏବଂ ଏହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।



from Odisha Reporter https://ift.tt/2GfQeW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages