ହୃଦ୍‌ରୋଗୀ ପ୍ରତିଦିନ ଖାଆନ୍ତୁ ଶିମ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 23, 2020

ହୃଦ୍‌ରୋଗୀ ପ୍ରତିଦିନ ଖାଆନ୍ତୁ ଶିମ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ମିଳୁଥିବା ପରିବା ହେଉଛି ଶିମ୍ୱ। ଏହା ଖାଇବାକୁ ସ୍ୱାଦିଷ୍ଟ ଏବଂ ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ପ୍ରୋଟିନ୍‌, ଭିଟାମିନ୍‌ ଓ ମିନେରାଲ୍ସ ରହିଛି, ଯାହା ଓଜନ ହ୍ରାସ କରିବା ସହିତ ପାର୍କିନସନ୍‌ ପରି ରୋଗକୁ ଭଲ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଶିମ୍ୱ କୋଲେଷ୍ଟ୍ରଲ୍‌ର ସ୍ତର ନିୟନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ଜାଣିବା ଶିମ୍ୱ ଖାଇଲେ ଅନ୍ୟ କେଉଁସବୁ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।

୧. ଶିମ୍ୱରେ ଥିବା ଭିଟାମିନ୍‌ ବି, ଫୋଲେଟ୍‌, କ୍ୟାଲସିୟମ୍‌, ଆଇରନ୍‌ ଓ ସେଲେନିୟମ୍‌ ହିମୋଗ୍ଲିବିନ୍‌ ବୃଦ୍ଧି କରିଥାଏ ଏବଂ ଫାଇବର୍‌ ପାଚନ ତନ୍ତ୍ରକୁ ଠିକ୍‌ ରଖିଥାଏ।

୨. ଶିମ୍ୱ ନିୟମିତ ଭାବରେ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଏପରି ଏକ ପରିବା ଯାହା ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟକୁ ସକ୍ରିୟ କରିଥାଏ। ଯାହା ଯୋଗୁଁ ସେଲ୍‌ରେ ଫ୍ରି ରାଡିକାଲ୍ସ୍‌ ହୋଇନଥାଏ।

୩. ଏଥିରେ ଥିବା ମ୍ୟାଗ୍ନେସିୟମ୍ ହାଡ଼କୁ ମଜବୁତ୍‌ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ମ୍ୟାଗ୍ନେସିୟମ୍‌ର ଅଭାବରୁ ହାଡ଼ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ହାଡ଼କୁ ମଜବୁତ୍‌ ରଖିବା ପାଇଁ ପ୍ରତିଦିନ ଶିମ୍ୱ ଖାଆନ୍ତୁ।

୪. ଓଜନ ବୃଦ୍ଧି ଯୋଗୁଁ ଅନେକ ଲୋକ ଚିନ୍ତାରେ ରହିଥା’ନ୍ତି। ଓଜନ କମ୍‌ କରିବା ପାଇଁ ପ୍ରତିଦିନ ଶିମ୍ୱ ଖାଆନ୍ତୁ। ଗୋଟିଏ କପ୍‌ ଶିମ୍ୱରେ ୧୮୭ କିଲୋ କ୍ୟାଲୋରୀ, ୧୩ ଗ୍ରାମ୍‌ ପ୍ରୋଟିନ୍‌ ଓ ୯ ଗ୍ରାମ୍‌ ଫାଇବର୍‌ ରହିଛି। ଏଥିପାଇଁ ଶିମ୍ୱ ଖାଇଲେ ପେଟ ପୂରା ଲାଗିଥାଏ ଏବଂ ଭୋକ କମ୍‌ ହୋଇଥାଏ।

୫. ଶିମ୍ୱ ହାର୍ଟ ପାଇଁ ବହୁତ ଭଲ। ଏହା ହାର୍ଟକୁ ସୁସ୍ଥ ରଖିବା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ଓ ପୋଟାସିୟମ୍‌ ରକ୍ତ ବାହିକାକୁ ଆରାମ ଦେଇଥାନ୍ତି। ଏହାଦ୍ୱାରା ଉଚ୍ଚ ରକ୍ତଚାପ କମ୍‌ ହୋଇଥାଏ। ଏଥିପାଇଁ ହୃଦରୋଗୀ ଏହାକୁ ପ୍ରତିଦିନ ଖାଆନ୍ତୁ।



from Odisha Reporter https://ift.tt/38BJf64

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages