୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

ନୂଆଦିଲ୍ଲୀ: ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସ କବଳରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ୩୨୪ ଜଣଙ୍କୁ ନେଇ ଆଜି ଏୟାର ଇଣ୍ଡିଆର ଜୁମ୍ବୋ ବି୭୪୭ ବିମାନ ଦିଲ୍ଲୀରେ ଲ୍ୟାଣ୍ଡ କରିଛି। ବିମାନଟି ସକାଳ ୭.୩୦ରେ ଦିଲ୍ଲୀରେ ଅବତରଣ କରିଥିଲା। ଗତକାଲି ଦିନ ୧.୧୭ରେ ଏହା ଚାଇନା ଅଭିମୁଖେ ଉଡ଼ାଣ ଭରିଥିଲା।

ଉହାନରେ ବିମାନଟି ପହଞ୍ଚିବା ପରେ ଚାଇନା ଅଧିକାରୀଙ୍କ ସହାୟତାରେ ଭାରତୀୟଙ୍କୁ ବିମାନ ନିକଟକୁ ଅଣାଯାଇଥିଲା। ବିମାନରେ ରାମ ମନୋହର ଲୋହିଆ ହସ୍ପିଟାଲର ୫ ଜଣ ଡାକ୍ତର ଓ ଜଣେ ପାରାମେଡିକାଲ ଷ୍ଟାଫ ରହିଥିଲେ।

ଏବେ ଏହି ଭାରତୀୟମାନଙ୍କୁ ଭାରତୀୟ ସେନା ଦିଲ୍ଲୀର ମାନସେର ଠାରେ ନିର୍ମାଣ କରିଥିବା ସ୍ୱତନ୍ତ୍ର ୱାର୍ଡରେ ରଖାଯିବ। ଏଠାରେ ଅଭିଜ୍ଞ ଡାକ୍ତରମାନେ ସମସ୍ତଙ୍କ ଶରୀରରେ କରୋନା ଭାଇରସ ରହିଛି କି ନାହିଁ, ତା’ର ତର୍ଜମା ଦୁଇ ସପ୍ତାହ ଧରି କରିବେ।

ଅନ୍ୟପକ୍ଷରେ ଚାଇନାର ବିଭିନ୍ନ ପ୍ରାନ୍ତରେ ଫସିଥିବା ଆଉ କିଛି ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜି ଏୟାର ଇଣ୍ଡିଆର ଆଉ ଏକ ବିମାନ ବେଜିଂ ଅଭିମୁଖେ ଉଡ଼ାଣ ଭରିଛି।



from Odisha Reporter https://ift.tt/3aXBeu6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages