ବଜେଟ ‘ବହି ଖାତା’କୁ କ୍ୟାବିନେଟ ଅନୁମୋଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ବଜେଟ ‘ବହି ଖାତା’କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ଦିନ ୧୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ସୁଟକେସ ବଦଳରେ ବହି ଖାତା ଜରିଆରେ ବଜେଟରେ ଥିବା ବ୍ୟବସ୍ଥା ଗୁଡ଼ିକୁ ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ କ୍ୟାବିନେଟ ବୈଠକ ବସିଛି।

ନିର୍ମଳା ଓ ତାଙ୍କ ଟିମ୍‌ କ୍ୟାବିନେଟ ମନ୍ତ୍ରୀମାନଙ୍କ ଆଗରେ ତାଙ୍କର ବହି ଖାତା ବଜେଟ ଉପସ୍ଥାପନ କରିଛନ୍ତି। ସର୍ବସମ୍ମତିକ୍ରମେ ଏହାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏବେ ନିର୍ମଳା ସୀତାରମଣ ଲୋକସଭା ଅଭିମୁଖେ ଯିବା ଆରମ୍ଭ କରିଛନ୍ତି। ତାଙ୍କ ସହ କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ରହିଛନ୍ତି।

ଲୋକସଭାରେ ସୀତାରମଣ ପ୍ରାରମ୍ଭିକ ଉଦବୋଧନ ପରେ ବଜେଟ ଉପସ୍ଥାପନ କରିବେ। ସାଧାରଣତଃ ବଜେଟ ଉପସ୍ଥାପନର ସମୟସୀମା ୯୦ରୁ ୧୨୦ ମିନିଟ ରହିଥାଏ।



from Odisha Reporter https://ift.tt/2S6EZot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages