ରିୟାଙ୍କ ଟାଟୁ ପଛର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ରିୟାଙ୍କ ଟାଟୁ ପଛର କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କ୍ୟୁଟ୍‌ ଅଭିନେତ୍ରୀ ରିୟା ଦେ’ଙ୍କ ହାତରେ ଏକ ଟାଟୁ ଅଛି। ଦୂରରୁ ଦେଖିଲେ ସେଇଟା ଇଂରାଜୀ ଅକ୍ଷର ଏସ୍ (S) ଭଳି ଲାଗେ। ତେବେ ତାହା ଏକ ମ୍ୟୁଜିକ୍ ସିମ୍ବଲ୍‌। ତା’ହେଲେ ଟାଟୁ ପ୍ରିୟ ରିୟା ଏମିତି ଏକ ଟାଟୁ କାହିଁକି କରିଛନ୍ତି? ୟା ପଛରେ ବି ଏକ କାରଣ ରହିଛି, ଯାହା ସେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ କାର୍ଯ୍ୟକ୍ରମ ‘ଷ୍ଟାର୍ ଆଣ୍ଡ ଷ୍ଟାଇଲ୍‌’ରେ କହିଥିଲେ।

ରିୟାଙ୍କ ଭଲ ନାଁ ହେଉଛି ସ୍ୱର୍ଣ୍ଣାଲି ଦେ। ପ୍ରଥମ ଫିଲ୍ମ ‘ପ୍ରେମ ଅଢ଼େଇ ଅକ୍ଷର’ ସମୟରେ ନିର୍ଦ୍ଦେଶକ ସୁଧାକର ବସନ୍ତ ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ସେ ସ୍ୱର୍ଣ୍ଣାଲି ଦେ ବୋଲି କହିଥିଲେ। ଏହା ପରେ ସୁଧାକର କହିଥିଲେ ଯେ ଏ ନାଁଟି ତାଙ୍କ ପାଟିରେ ପଶୁନି। ତା’ପରେ ସେ ତାଙ୍କ ଡାକ ନାମ ପଚାରିଥିଲେ। ତା’ପରଠୁ ସେ ତାଙ୍କୁ ରିୟା ବୋଲି ଡାକିଲେ। ଆଉ ଧୀରେ ଧୀରେ ସେ ରିୟା ନାଁରେ ହିଁ ପରିଚିତ ହେଲେ। କିନ୍ତୁ ପ୍ରକୃତ ନାଁ ସ୍ୱର୍ଣ୍ଣାଲି ହୋଇଥିବା ଯୋଗୁ ସେ ‘ଏସ୍‌’ ଆକୃତିର ଟାଟୁ କରିଛନ୍ତି, ଯାହା ବାସ୍ତବରେ ଏକ ମ୍ୟୁଜିକ୍ ସିମ୍ବଲ୍‌।

ଟାଟୁ ସହ ରିୟାଙ୍କୁ ହେୟାର ଷ୍ଟାଇଲ୍‌ର ସଉକ ମଧ୍ୟ ରହିଛି। ଭିନ୍ନ ଭିନ୍ନ ହେୟାର୍‌ କଟ୍‌ ସହିତ କେଶକୁ ରଙ୍ଗ କରିବାକୁ ସେ ଭଲ ପା’ନ୍ତି। ସେଥିପାଇଁ ପ୍ରାୟ ସମୟରେ ତାଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳେ।

ସୂଚନାଯୋଗ୍ୟ, ‘ଗୋଲାପି ଗୋଲାପି’, ‘ତୋର ଦିନେ କୁ ମୋର ଦିନେ’, ‘କଥା ଦେଲି ମଥା ଛୁଇଁ’, ‘ପ୍ରେମ ଅଢ଼େଇ ଅକ୍ଷର’ ଓ ‘ପାଗଳ କରିଚୁ ତୁ’ ଆଦି ଫିଲ୍ମରେ ରିୟା ଅଭିନୟ କରିଛନ୍ତି।



from Odisha Reporter https://ift.tt/2Th14Tw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages