କାର୍‌ରୁ ଖସିଗଲା ପିଲା, ତାପରେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

କାର୍‌ରୁ ଖସିଗଲା ପିଲା, ତାପରେ..

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। ରାସ୍ତାକୁ ଗାଡି ନେଇ ବାହାରିବାର ଏକ ମାତ୍ର ଉଦ୍ଦେଶ୍ୟ ହେବା କଥା ଯେ କେମିତି ଯାତ୍ରା ସୁରକ୍ଷିତ ରହିବ। କାରଣ ଟିକେ ବି ଅସାବଧାନତା କାହାର ପ୍ରାଣ ନେଇପାରେ। ନିକଟରେରେ ଠିକ୍‌ ଏମିତି ଏକ ଭିଡ଼ିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି, ରାସ୍ତାରେ ଗୋଟେ ଧଳା କାର୍‌ ଯାଉଛି। କିନ୍ତୁ ଅସାବଧାନତା ପାଇଁ କାର୍‌ର ଡୋର୍‌ ଖୋଲାଯାଇଥିବାରୁ ସେଥିରୁ ଜଣେ ପିଲା ବାହାରକୁ ବାହାରି ରାସ୍ତାରେ  ପଡିଯାଉଥିବାର ଦେଖିବାକୁ ମିଳିଛି।

ଯଦିଓ ପିଲାଟି ତଳେ ପଡିବା ପରେ ରାସ୍ତାର ବିପରିତ ପାର୍ଶ୍ୱରୁ ଆସୁଥିବା ଗାଡି ଗୁଡିକ ଅଟକି ଯାଉଛି ତଥାପି ଏମିତି ଏକ ଘଟଣା ସୁରକ୍ଷିତ ନୁହେଁ ସୁରକ୍ଷତି ନୁହେଁ ବୋଲି ହରିୟାଣା ଆଇପିଏସ୍ ଅଫିସର ପଙ୍କଜ ନୈନ୍‌ ଟ୍ୱିଟ୍‌ କରି କହିଛନ୍ତି।

ପଙ୍କଜ ନୈନ୍‌ ଟ୍ୱିଟ୍‌ର୍ ଏହି ଭିଡିଓକୁ ଶେଆର କରି କହିଛନ୍ତି ଯେ, ପିଲାଙ୍କୁ କାର୍‌ରେ ନେବା ସମୟରେ ତାର ସିଟ୍‌ ବେଲ୍ଟ ଲଗାନ୍ତୁ। କାର୍‌ ଡ୍ରାଇଭ୍‌ କରିବା ପୂର୍ବରୁ ଡୋର୍‌କୁ ଭଲ ଭାବେ ବନ୍ଦ କରନ୍ତୁ। ସବୁ ପିଲା ଏମିତି ଭାଗ୍ୟବାନ୍‌ ନୁହନ୍ତି। ଏହି ଟ୍ୱିଟ୍‌କୁ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ୫ଶହରୁ ଅଧିକ ଟ୍ୱିଟର ବ୍ୟବହାରକାରୀ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି।

କିଛି ଲୋକ ବାପା ମାଆଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିବା ବେଳେ କିଛି ଲୋକ ପଙ୍କଜ ନୈନ୍‌ଙ୍କୁ ଏହି ଭିଡ଼ିଓ ଶେଆର କରିବା ପାଇଁ ଧନ୍ୟବାଦ ଦେଇଛନ୍ତି।



from Odisha Reporter https://ift.tt/30kX31D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages