କନିଆ ଡାକ୍ତରାଣୀକୁ ବର ଯୁକ୍ତ ଦୁଇ ପାସ୍‌, ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

କନିଆ ଡାକ୍ତରାଣୀକୁ ବର ଯୁକ୍ତ ଦୁଇ ପାସ୍‌, ତା’ପରେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନିଆ ଡାକ୍ତରାଣୀକୁ ବର ଯୁକ୍ତ ଦୁଇ ପାସ୍‌ । ମାତ୍ର କିଛି ମାସ ମଧ୍ୟରେ ଏପରି ବିବାହରେ ପଡ଼ିଛି ଯବନିକା। ଆଉ କଥା ଖୋଳୁ ଖୋଳୁ ଜଣେ ପୂର୍ବତନ ସବୋର୍ଚ୍ଚ ଯନ୍ତ୍ରୀ  ନିଜ ପୁଅର ବିବାହ ନିମନ୍ତେ ଏପରି ଷଡଯନ୍ତ୍ର ରଚିଥିବା ଜଣାପଡ଼ିଛି। ପୁଲିସ୍ ଏହି ଘଟଣାରେ ମିଛୁଆ ସ୍ୱାମୀକୁ ଗିରଫ କରିଥିବା ବେଳେ ତାଙ୍କ ବାପା ଓ ମା’ଙ୍କୁ ଖୋଜୁଛି।

କଥାରେ ଅଛି ବଡ଼ ଘରର ଗୁମର କଥା। ଏଭଳି ଏକ ବଡ଼ ଘରର ଗୁମର କଥା ଏବେ ସାମ୍ନାକୁ ଆସିଛି। ଗତ ବର୍ଷ ପୂର୍ବତନ ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କ ପୁଅ ଶୈଳେନ୍ଦୁ ବିଶ୍ୱାଳଙ୍କ ବିବାହ ଭୁବନେଶ୍ୱରର ଜଣେ ମହିଳା ଡାକ୍ତରାଣୀଙ୍କ ସହ ଧୁମଧାମରେ ହୋଇଥିଲା। ଡାକ୍ତରାଣୀ ବୋହୂ ଘରକୁ ଆଣିବାକୁ କୁଳମଣି କହି ଚାଲିଥିଲେ ଗୋଟିଏ ପରେ ଗୋଟିଏ ମିଛ। ପୁଅର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ହୋଇଥିବା ବେଳେ ସେ ଡାକ୍ତରୀ ପାସ୍‌ କରିଥିବା କହିବାକୁ ମଧ୍ୟ ପଛାଇ ନ ଥିଲେ।

ପୁଅ ନ୍ୟାସନାଲ୍‌ ମେଡିକାଲ କଲେଜ କୋଲକାତାରୁ ଏମବିବିଏସ , ଦିଲ୍ଲୀ ଏମ୍‌ସରୁ ଫିଜିଓଲୋଜିରେ ପିଜି ଏବଂ କାନାଡାର ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ପିଏଚ୍‌ଡି କରୁଥିବା କୁଳମଣି ଝିଅ ଘର ଲୋକଙ୍କୁ କହିଥିଲେ। ପ୍ରମାଣ ସ୍ୱରୂପ ଜାଲ୍‌ ସାର୍ଟିଫିକେଟ ମଧ୍ୟ ଦେଖାଇଥିଲେ, ଯାହାକୁ କି ଝିଅ ଘର ଲୋକେ ସହଜେ ବିଶ୍ୱାସ କରିନେଇଥିଲେ।

ହେଲେ ବିବାହର କିଛି ମାସ ପରେ ଡାକ୍ତରାଣୀଜଣଙ୍କ ସ୍ୱାମୀଙ୍କ ଅସଲ ଚେହେରା ଜାଣିପାରିଲେ । ଏହାପରେ ଖୋଳତାଡ଼ କରୁ କରୁ ଶୈଳେନ୍ଦୁ ଯୁକ୍ତ ଦୁଇ ପାସ୍‌ କରିଥିବା  ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯିବା ପରି ଲାଗିଲା। ଏନେଇ ସେ ଥାନାର ଦ୍ୱାରସ୍ଥ ହେଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଦିନ ପୂର୍ବରୁ ମିଛୁଆ ସ୍ୱାମୀ ଶୈଳେନ୍ଦୁଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ବାପା କୁଳମଣି ଓ ତାଙ୍କ ସ୍ତ୍ରୀଙ୍କୁ ପୁଲିସ୍ ଖୋଜୁଛି।

ଝିଅର ସମ୍ପର୍କୀୟ କହିଛନ୍ତି,“ ବିବାହ ପୂର୍ବରୁ ତାଙ୍କ ପୁଅ ଡାକ୍ତର ବୋଲି ଆମକୁ କହିଥିଲେ। ପରେ ସେ ଡାକ୍ତର ନୁହେଁ ବୋଲି ଜଣାପଡ଼ିଥିଲା। ଏନେଇ ଆମେ ଥାନାରେ ଅଭିଯୋଗ କରିଛୁ। ପୁଅର ପରିବାର ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଉ।”

 



from Odisha Reporter https://ift.tt/2RecTHo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages