ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି। ଏଥିସହ ଅସହ୍ୟ ଶୀତ ବି ଜାରି ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲାରେ କୁହୁଡ଼ି ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସେହିପରି ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ୭.୪ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରହିଥିବାବେଳେ ଟିଟିଲାଗଡ଼ରେ ୯.୧ ଏବଂ ଅନୁଗୁଳରେ ୯.୬ଡିଗ୍ରୀ ରହିଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଆସନ୍ତା ୧୬ ତାରିଖରେ ୮ଟି ଜିଲ୍ଲା ଓ ୧୭ଟି ତାରିଖରେ ୭ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ସତର୍କ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କଟକ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ପୁରୀ ଓ ନୟାଗଡ଼।
ଖାଲି ଓଡ଼ିଶା ନୁହେଁ ପଞ୍ଜାବ, ଉତ୍ତର ରାଜସ୍ଥାନ, ବିହାରରେ ବି ଆଜି ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
from Odisha Reporter https://ift.tt/30m5R7D
No comments:
Post a Comment