ନୂଆଦିଲ୍ଲୀ: ସଂପ୍ରତି ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୨ ମିନିଟ୍ ୨୦ ସେକେଣ୍ଡର ଏହି ଭିଡ଼ିଓରେ ଏକ ରାଜପଥରେ ବିଶାଳକାୟ ତୁଷାର ସ୍ତୁପ ଗାଡ଼ି ପରି ଗତି କରୁଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଏହି ଭିଡ଼ିଓଟି ହିମାଚଳ ପ୍ରଦେଶର ଟିକ୍କୁ ନାଲାର ବୋଲି ଜଣାପଡିଛି। ଏହି ଭିଡିଓକୁ ଆଇଆରଏସ୍ ଅଫିସର ନାବେଦ ଟ୍ରୁମ୍ବୁ ସୋମବାର ଦିନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।
ଏହି ଭିଡ଼ିଓରେ ବରଫର ବଡ଼ ବଡ଼ ଖଣ୍ଡ ଆଗକୁ ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି। ଏହାପରେ ଧୀରେ ଧୀରେ ହିମସ୍ଖଳନ ବଢୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକମାନେ ପଛକୁ ଚାଲିଯାଉଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି କାର୍ ଚଳାଉଥିବା ଜଣେ ଯୁବକଙ୍କୁ ପଛକୁ ହଟିଯିବାକୁ ମଧ୍ୟ କହୁଛନ୍ତି।
ଏହି ଭିଡିଓକୁ ଆଇଆରଏସ୍ ଟ୍ୱିଟର ହ୍ୟାଣ୍ଡେଲ୍ରେ ଶେଆର କରି ଲେଖିଛନ୍ତି- କ’ଣ କେବେ ଚାଲୁଥିବା ଗ୍ଲେଶିୟରକୁ ଦେଖିଛନ୍ତି?
ଏହି ଭିଡିଓଟିକୁ ଲକ୍ଷେରୁ ଅଧିକ ଲୋକ ଦେଖିଥିବାବେଳେ ଦୁଇ ହଜାରରୁ ଧିକ ଲୋକ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଗ୍ଲେଶିୟର ବଡ ରହିଥାଏ ଏବଂ ସେ ବହୁତ ଧୀରେ ଧାରେ ଚାଲିଥାଏ ଏହା କୌଣସି ଗ୍ଲେଶିୟର ନୁହେଁ।
ସେମିତି ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଏହା ହିମସ୍ଖଳନର ଏକ ଅଂଶ।
Ever seen the force of a moving glacier in real-time? This is in Tinku nallah near Pooh on NH-5, Kinnaur, HP.. #ClimateChange is not a distant reality. pic.twitter.com/J7ifxaAh1g
— Naveed Trumboo IRS (@NaveedIRS) January 13, 2020
from Odisha Reporter https://ift.tt/2FW9BmM
No comments:
Post a Comment