ଧାରା ୩୭୦ ଉଚ୍ଛେଦ ସପକ୍ଷରେ ପ୍ରଚାର ପାଇଁ କଶ୍ମୀର ଯିବେ ୩୬ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଧାରା ୩୭୦ ଉଚ୍ଛେଦ ସପକ୍ଷରେ ପ୍ରଚାର ପାଇଁ କଶ୍ମୀର ଯିବେ ୩୬ କେନ୍ଦ୍ରମନ୍ତ୍ରୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ସେଠାରେ କଟକଣା ଜାରି ରହିଛି। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରବାସୀ ପାଉଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ହଟି ଯାଇଛି। ହେଲେ ଏବେ ଲୋକଙ୍କ ମନରେ ଧାରା ୩୭୦କୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଦୂର କରିବା ଓ ଏହାର ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ର ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି।

ଖୋଦ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କ ମନରେ ଧାରା ୩୭୦କୁ ନେଇ ସଚେତନତା ସୃଷ୍ଟି କରିବାକୁ ୩୬ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ-କଶ୍ମୀର ଗସ୍ତ କରିବେ। ସେମାନେ ବିଭିନ୍ନ ଜିଲ୍ଲା ବିଶେଷ କରି କଶ୍ମୀରର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକୁ ଯାଇ ଧାରା ୩୭୦ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ।

ଜାନୁଆରୀ ୧୮ରୁ ୨୪ ଯାଏ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ ଏହାର ତଦାରଖ କରାଯିବ। ଏନେଇ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷ୍ଣନ ରେଡ୍ଡୀ ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ ଜାନୁଆରୀ ୧୮ରୁ ଜମ୍ମୁ-କଶ୍ମୀର ଗସ୍ତ କରିବେ। ଏହି ସମୟରେ ସେମାନେ ଲୋକଙ୍କୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ବୁଝାଇବେ ଓ ଉକ୍ତ ଅଞ୍ଚଳ ପାଇଁ ସରକାରୀ ସ୍ତରରେ ହୋଇଥିବା ବିକାଶ ମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରାଇବେ।

ବିଶେଷ କରି ଧାରା ୩୭୦ ଉଚ୍ଛେଦ ପରେ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକୁ କେନ୍ଦ୍ରମନ୍ତ୍ରୀମାନେ ବିସ୍ତୃତ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବେ। ଜମ୍ମୁରେ ୫୧ଟି ଓ ଶ୍ରୀନଗରେ ୮ଟି କାର୍ଯ୍ୟକ୍ରମ ହେବ।

ଜାନୁଆରୀ ୧୯ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରେସଇ ଜିଲ୍ଲାର କାତ୍ରା ଓ ପାନ୍ଥଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଦିନ ପୀୟୂଷ ଗୋଏଲ ଶ୍ରୀନଗରେ ସଚେତନତା କାର୍ଯ୍ୟକ୍ରମ କରିବେ। ଜାନୁଆରୀ ୨୪ରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବାରମୁଲ୍ଲା ଜିଲ୍ଲାର ସୋପରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

କଶ୍ମୀର ଗସ୍ତରେ ଯିବାକୁ ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଗିରିରାଜ ସିଂହ, କରିଣ ରିଜ୍ଜିଜୁ, ଭିକେ ସିଂହ, ଆରକେ ସିଂହ, ଶ୍ରୀପଦ ନାୟକ, ଅନୁରାଗ ଠାକୁର, ପ୍ରହ୍ଲାଦ ଯୋଶୀ, ରମେଶ ପୋଖରିୟାଲ ଓ ଜିତେନ୍ଦ୍ର ସିଂହ ପ୍ରମୁଖ ରହିଛନ୍ତି।



from Odisha Reporter https://ift.tt/3790s6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages