ବିଗ୍‌ ବସ୍‌ ୧୩: ଏଥର ଫିନାଲେରେ ଲଢ଼ିବେ ଟପ୍‌ ୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

ବିଗ୍‌ ବସ୍‌ ୧୩: ଏଥର ଫିନାଲେରେ ଲଢ଼ିବେ ଟପ୍‌ ୫

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ଗ୍ରାଣ୍ଡ ଫିନାଲେ ଧୀରେ ଧୀରେ ପାଖେଇ ଆସୁଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ କରିବାକୁ  ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ବିବି ହାଉସ୍‌ରେ ୮ ଜଣ ମେମ୍ବର ଅଛନ୍ତି। କୁହାଯାଉଛି, ଏଥର ଫିନାଲେ ରେସ୍‌ରେ ଟପ୍‌ ୩ ବଦଳରେ ଟପ୍‌ ଫାଇଭ୍ ସାମିଲ୍‌ ହେବେ।

ଫିନାଲେ ପାଇଁ ଏବେ ମାତ୍ର ତିନି ସପ୍ତାହ ବାକି ଥିବାବେଳେ ନିର୍ମାତା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସୂଚନା ଅନୁଯାୟୀ, ସବୁଥର ଅପେକ୍ଷା ଏଥରର ଫିନାଲେ ବହୁ ଆଡ଼ମ୍ବରେ କରାଯିବ। ଏଥିପାଇଁ ଏକ ବଡ଼ ଷ୍ଟେଜ୍‌ର ମଧ୍ୟ ଆୟୋଜନ କରାଯାଉଛି। ଆଉ ଏଥିପାଇଁ ପାଖାପାଖି ୧୦ ରୁ ୧୨ କୋଟି ଟଙ୍କାର ବଜେଟ୍‌ ରହିଛି।

ବିଗ୍‌ବସ୍‌ ଫ୍ୟାନକ୍ଲବ୍‌ ଦେଇଥିବା ସୂଚନା ମୁତାବକ ଏଥର ଫିନାଲେରେ ସିଜିନ୍ ୫, ୮ ଓ ୧୨ ଭଳି ୫ ଜଣ ପ୍ରତିଯୋଗୀ ରହିବେ। ଏହା ମଧ୍ୟ କୁହାଯାଉଛି ଯେ ଟପ୍‌ ୨ ପ୍ରତିଯୋଗୀଙ୍କ ମଧ୍ୟରେ ଲାଇଭ୍ ଭୋଟିଂ କରାଯିବ। ଏହା ବ୍ୟତୀତ ଗ୍ରାଣ୍ଡ ଫିନାଲେ ଦିନ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ସେମାନଙ୍କ ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟିଜର୍‌ ରିଲିଜ୍‌ କରିବେ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଆଜି ବିବି ହାଉସ୍‌ରେ ପ୍ରତିଯୋଗୀମାନଙ୍କୁ ସପୋର୍ଟ କରିବାକୁ ଏଣ୍ଟ୍ରି କରିବେ ସବୁ ସଦସ୍ୟଙ୍କର ବନ୍ଧୁ ଓ ପରିବାର ବର୍ଗ। ଏମାନେ ଘରକୁ କେବଳ ବୁଲିବାକୁ ଆସିବେ ନାହିଁ। ଏମାନେ ବିବି ହାଉସ୍‌ରେ ୩ ରୁ ୪ ଦିନ ରହିବେ ଓ ଏହାପରେ ପୁଣି ଫେରିଯିବେ। ରଶ୍ମିଙ୍କ ସପୋର୍ଟରେ ଦେବୋଲିନା, ସିଦ୍ଧାର୍ଥ ଶୁକ୍ଲାଙ୍କ ପାଇଁ ବିକାଶ ଗୁପ୍ତା, ଶେହେନାଜ୍‌ ଗିଲ୍‌ଙ୍କ ପାଇଁ ତାଙ୍କ ଭାଇ ଶାହବାଜ୍‌ ବାଦଶାହ, ଅସୀମ ରିୟାଜଙ୍କ ପାଇଁ ଏକ୍ସ ପ୍ରତିଯୋଗୀ ହିମାଂଶୀ ଖୁରାନା, ଆରତୀ ସିଂହଙ୍କ ପାଇଁ ତାଙ୍କ ଭାଉଜ କଶ୍ମିରା ଶାହ ଓ ବିଶାଲ୍‌ ଆଦିତ୍ୟ ସିଂହଙ୍କ ପାଇଁ ଭାଇ କୃଣାଲ୍ ଓ ମାହିରାଙ୍କୁ ସପୋର୍ଟ କରିବା ପାଇଁ ତାଙ୍କ ଭାଇ ଶୋ’ରେ ଏଣ୍ଟ୍ରି କରିବେ।



from Odisha Reporter https://ift.tt/2RUYHU3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages