୩୦ ବର୍ଷ ହେଲା ରୋଗୀଙ୍କୁ ମାଗଣାରେ ଦେଉଛନ୍ତି ଖାଦ୍ୟ, ପାଇବେ ପଦ୍ମଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

୩୦ ବର୍ଷ ହେଲା ରୋଗୀଙ୍କୁ ମାଗଣାରେ ଦେଉଛନ୍ତି ଖାଦ୍ୟ, ପାଇବେ ପଦ୍ମଶ୍ରୀ

 ନୂଆଦିଲ୍ଲୀ: ନିକଟରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ସମାଜ ପାଇଁ କିଛି ଲୋକଙ୍କର ଥିବା ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ମିଳିବାକୁ ଯାଉଛି। ଆଉ ଏହି ସୂଚୀରେ ସ୍ଥାନ ପାଇଛନ୍ତି ଜଗଦୀଶ ଲାଲ୍ ଆହୁଜା। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ? ବୋଧହୁଏ ପ୍ରାୟ ଲୋକ ତାଙ୍କୁ ଜାଣନ୍ତିନି। ଚଣ୍ଡିଗଡ଼ରେ ରୁହନ୍ତି ୮୪ ବର୍ଷୀୟ ଜଗଦୀଶ ଲାଲ୍ ଆହୁଜା। ସେଠାକାର ଲୋକମାନେ ତାଙ୍କୁ ‘ଲଙ୍ଗର ବାବା’ ନାଁରେ ଜାଣନ୍ତି।  ସେ ମାଗଣା ରୋଷେଇଶାଳ ଚଲାନ୍ତି। ଅର୍ଥାତ୍‌ ଚଣ୍ଡିଗଡ଼ ହସ୍ପିଟାଲ୍‌ର ବାହାରେ ସେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି। ଆପଣ ଯଦି କେବେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚକୁ ଯିବେ ତେବେ ସେହି ହସ୍ପିଟାଲ୍‌ ବାହାରେ ଜଗଦୀଶ୍‌ଙ୍କୁ ଲୋକଙ୍କୁ ଅତି ଶାନ୍ତ ସରଳ ଢଙ୍ଗରେ ଖାଦ୍ୟ ପରଷୁଥିବାର ଦେଖିବାକୁ ପାଇବେ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଜଗଦୀଶ୍‌ ଏହି କାମ କରି ଆସୁଛନ୍ତି।

ସୂଚନା ମୁତାବକ, ଜଗଦୀଶ୍‌ଙ୍କ ଜନ୍ମ ପାକିସ୍ତାନର ପେଶୱାରରେ ହୋଇଥିଲା। ଭାରତ ପାକିସ୍ତାନ ବିଭାଜନ ସମୟରେ ଜଗଦୀଶ୍‌ଙ୍କ ପରିବାର ପାକିସ୍ତାନରୁ ଭାରତ ଚାଲିଆସିଥିଲେ। ସେତେବେଳକୁ ଜଗଦୀଶ୍‌ଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ପ୍ରଥମେ ତାଙ୍କ ପରିବାର ପଟିଆଲା କ୍ୟାମ୍ପରେ ରହିଥିଲେ। ତାପରେ ସେ ଅମୃତସର୍‌ ମନସାକୁ ଚାଲିଆସିଥିଲେ।

ସେ ସମୟ କଥା ମନେ ପକାଇ ଜଗଦୀଶ୍ କହିଛନ୍ତି, ଆମେ ପ୍ରଥମେ ଯେତେବେଳେ ଭାରତ ଆସିଥିଲୁ ସେତେବେଳେ ମୋ ବାପା ରୋଜଗାର କରିବା ପାଇଁ ରାସ୍ତାରେ ବୁଲି ଜିନିଷ ବିକ୍ରି କରୁଥିଲେ। ମୁଁ ତାଙ୍କୁ ସେଥିରେ ସହଯୋଗ କରୁଥିଲି। ଆମେ ୨ କିଲୋ ମୁଗ ଡାଲି କିଣୁଥିଲୁ ଏବଂ ତାକୁ ଅଲଗା ଅଲଗା ପ୍ୟାକେଟ୍‌ରେ ରଖି ରାସ୍ତାରେ ବସି ବିକ୍ରି କରୁଥିଲୁ। ଏହାପରେ ରୋଜଗାର କରିବା ପାଇଁ ମୁଁ ମନସାରୁ ଚଣ୍ଡିଗଡ଼ ପଳେଇଲି।

ସେଠାରେ ଜଗଦୀଶ ରାସ୍ତା କଡ଼ରେ ବସି କଦଳୀ ବିକି ରୋଜଗାର କରୁଥିଲେ। କିଛି ଦିନ ପରେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଲା। ଏହାପରେ ସେ ଡାକ୍ତରଖାନା ବାହାରେ ରୋଗୀଙ୍କୁ ମାଗଣାରେ ଖାଇବା ଯୋଗାଇବେ ବୋଲି ମନସ୍ତ କଲେ। ଦୀର୍ଘ ୨୦ ବର୍ଷ ହେଲାଣି ସେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ(ପିଜିଆଇଏମ୍‌ଇଆର୍‌) ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବା ଖବର ପାଇବା ପରେ ଜଗଦୀଶ୍ କହିଛନ୍ତି, ମୁଁ ଜାଣି ନଥିଲି ଦିନେ ମୁଁ ଏହି ସମ୍ମାନରେ ସମ୍ମାନୀତ ହେବି। ଏଇଟା ମୋ ପାଇଁ ଗୋଟେ ସରପ୍ରାଇଜ୍‌ ଥିଲା। ଦିଲ୍ଲୀରୁ ମତେ କଲ୍‌ ଆସିବା ପରେ ମୁଁ ଏକଥା ଜାଣିଲି।  ପ୍ରଥମେ ତ ମୁଁ ଏକଥାକୁ ବିଶ୍ୱାସ କରିପାରିଲିନି। ସେଠାରୁ ମତେ ଦିଲ୍ଲୀ ଯାଇ ସାଧାରଣତନ୍ତ୍ର ଦିବସରେ ପରେଡ୍‌ ଦେଖିବାକୁ ନିମନ୍ତ୍ରଣ ହୋଇଥିଲା। କିନ୍ତୁ ମୋ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନଥିବାରୁ ମୁଁ ଦିଲ୍ଲୀ ଯାଇ ପରେଡ୍‌ରେ ଯୋଗଦେଇପାରିଲିନି।



from Odisha Reporter https://ift.tt/2RvIkOI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages