ବିଦେଶୀ ହୋଇଯିବ ଏୟାରଟେଲ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

ବିଦେଶୀ ହୋଇଯିବ ଏୟାରଟେଲ୍!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀ ଏୟାରଟେଲରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ୪୯ ପ୍ରତିଶତରୁ ୧୦୦ ପ୍ରତିଶତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। କମ୍ପାନୀ ଏ ନେଇ ମଙ୍ଗଳବାର ଶେୟାର ବଜାରକୁ ଅବଗତ କରାଇଛି। ଏହାବାଦ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏୟାରଟେଲରେ ବିଦେଶୀ ନିବେଶକଙ୍କ ପାଇଁ ୭୪ ପ୍ରତିଶତ ଶେୟାର ନିବେଶ କରିବା ପାଇଁ ଅନୁମତି ଦେଇଛି।
ଶେୟାର ବଜାରକୁ ଏୟାରଟେଲ୍ ଦେଇଥିବା ସୂଚନା ଅନୁଯାୟୀ, ‘ଭାରତୀ ଏୟାରଟେଲ୍ ଲିମିଟେଡକୁ ଟେଲିକମ୍ ଡିପାର୍ଟମେଣ୍ଟରୁ ୨୦ ଜାନୁଆରୀ ୨୦୨୦ରେ ବିଦେଶୀ ପୁଞ୍ଜି ନିବେଶ ପରିମାଣ ୧୦୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସରକାର ଅନୁମତି ଦେଇଛନ୍ତି’।

ନିକଟରେ ଏୟାରଟେଲ୍ ବକେୟା ଟଙ୍କା ପାଖାପାଖି ୩୫,୫୮୬ କୋଟି ଟଙ୍କା ସରକାରଙ୍କୁ ଦେଇଛି। ଯେଉଁଥିରେ ୨୧,୬୮୨ କୋଟି ଲାଇସେନ୍ସ ଶୁଳ୍କ ରହିଥିବା ବେଳେ ୧୩,୯୦୪.୦୧ କୋଟି ସ୍ପେକଟ୍ରମ ଶୁଳ୍କ ରହିଛି।

ସୂଚନାଯୋଗ୍ୟ, ଭାରତୀ ଟେଲିତମ ସିଙ୍ଗାପୁରର ସିଙ୍ଗଟେଲ ଏବଂ ଅନ୍ୟ ବିଦେଶୀ କମ୍ପାନୀଙ୍କ ପାଖରୁ ମୋଟ୍ ୪,୯୦୦ କୋଟି ଟଙ୍କା ନିବେଶ ପାଇଁ ଗତ ମାସରେ ସରକାରଙ୍କୁ ଅନୁମତି ମାଗିଥିଲେ। ୧୦୦ ପ୍ରତିଶତ ଏଫଡିଆଇ ଅନୁମତି ମିଳିବା ପରେ ଦେଶର ସବୁଠୁ ପୁରୁଣା ଘରୋଇ ଟେଲିକମ କମ୍ପାନୀ ଏୟାରଟେଲ ଆଗାମୀ ଦିନରେ ବିଦେଶୀ କମ୍ପାନୀ ହୋଇପାରେ। ବର୍ତ୍ତମାନ ସୁନୀଲ ମିତ୍ତଲ ଏବଂ ତାଙ୍କ ପରିବାରର ଶେୟାର ଏୟାରଟେଲରେ ୫୨ ପ୍ରତିଶତ ରହିଛି। ବିଦେଶୀ ଶେୟାର ୪୩ ପ୍ରତିଶତ ରହିଛି।

ପୂର୍ବରୁ ମଧ୍ୟ ଏୟାରଟେଲ୍ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆବେଦନ କରିଥିଲା। ହେଲେ ସରକାର ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। କାରଣ ସେତେବେଳେ କେଉଁ ବିଦେଶୀ କମ୍ପାନୀ ନିବେଶ କରିବାକୁ ଇଚ୍ଛୁକ ଦେଖାଇଛି ସେ ବାବଦରେ ଏୟାରଟେଲ୍ ସ୍ପଷ୍ଟ କରିନଥିଲା।



from Odisha Reporter https://ift.tt/37sGymU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages