ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୧୯ତମ ଏସସିଓ ବୈଠକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆସିବେ ନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତିକ୍ତତା ଜାରି ରହିଛି। ଏଭଳି ପରିବେଶ ମଧ୍ୟରେ ଇମ୍ରାନ୍ ଭାରତ ଗସ୍ତ କରିବେ ନାହିଁ ବୋଲି ପାକିସ୍ତାନର ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଏସସିଓ ବୈଠକ ଭାରତ ଆୟୋଜନ କରୁଛି। ଏସସିଓରେ ଭାରତକୁ ମିଶାଇ ୮ଟି ଦେଶ ରହିଛନ୍ତି। ତେଣୁ ଭାରତ ସମସ୍ତ ସଦସ୍ୟ ରାଷ୍ଟ୍ରର ମୁଖ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିବାର ଥିଲା। ପାକିସ୍ତାନ ଏସସିଓରେ ଥିବାରୁ ଇମ୍ରାନ ଖାନଙ୍କୁ ମଧ୍ୟ ଭାରତ ନିମନ୍ତ୍ରଣ ପତ୍ର ପଠାଇବ।
ହେଲେ ଏହା ପୂର୍ବରୁ ପାକିସ୍ତାନ ପକ୍ଷରୁ ଭାରତର ନିମନ୍ତ୍ରଣ ପତ୍ର ପ୍ରତ୍ୟାଖ୍ୟାନ କରାଯିବ ବୋଲି ସଙ୍କେତ ମିଳିଛି। ତେବେ ଏସସିଓ ବୈଠକକୁ ପାକିସ୍ତାନ ଏକ ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ଦଳ ପଠାଇବାର ସମ୍ଭାବନା ରହିଛି। ସେହିପରି ଇମ୍ରାନ ଖାନ୍ ଖୁବଶୀଘ୍ର ଏହାପରେ ନିଜର କ୍ୟାବିନେଟ ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହାପରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡ଼ିଛି।
ଭାରତ ଓ ପାକିସ୍ତାନ ୨୦୧୭ ମସିହାରେ ଏସସିଓରେ ସାମିଲ ହୋଇଥିଲା। ପୂର୍ବରୁ ଏଥିରେ ଚାଇନା, ରୁଷ, କାଜଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଥିଲେ।
from Odisha Reporter https://ift.tt/2GjNbw1
No comments:
Post a Comment