ଗୋଟିଏ ହତାରେ ଦୁଇଟି ସ୍କୁଲ୍‌; କିଏ ପାଉଛି ସୁବିଧା ତ କାହାର ହାତ ଖାଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 23, 2020

ଗୋଟିଏ ହତାରେ ଦୁଇଟି ସ୍କୁଲ୍‌; କିଏ ପାଉଛି ସୁବିଧା ତ କାହାର ହାତ ଖାଲି

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗୋଟିଏ ହତା ଭିତରେ ଦୁଇଟି ବିଦ୍ୟାଳୟ । ଗୋଟିଏ ପାଇଁ ସରକାରଙ୍କର ସମସ୍ତ ନିୟମ ଲାଗୁଥିବାବେଳେ ଅନ୍ୟଟି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଶିକ୍ଷା ବ୍ୟବସ୍ଥାରେ ଏପରି ଅବ୍ୟବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ।

ଗୋଟିଏ ବିଦ୍ୟାଳୟ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ମିଳୁଛି ଡ୍ରେସ୍‌, ବହିପତ୍ର ସମେତ ଅନେକ ସୁବିଧା। ହେଲେ ଅନ୍ୟ ସ୍କୁଲ ପିଲାଙ୍କ ଭାଗରେ କେବଳ ଏସବୁ ଦେଖିବା ଛଡ଼ା କିଛି ବି ନାହିଁ। ଏପରିକି ସେମାନଙ୍କ ପାଇଁ ଶ୍ରେଣୀ ଗୃହ ନ ଥିବାବେଳେ ଶୌଚାଳୟ ସୁବିଧା ମଧ୍ୟ ନାହିଁ। ଫଳରେ ଖରା, ବର୍ଷାରେ ବାହାରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି।   ବର୍ଷ ବର୍ଷ ଧରି ଏପରି ବିଚିତ୍ର ବ୍ୟବସ୍ଥା ଚାଲିଥିବା ବେଳେ କାହାରି ନଜର ପଡ଼ୁ ନାହିଁ। ଅପରପକ୍ଷେ କଅଁଳ ବୟସରେ ଉଠୁଥିବା ପ୍ରତିବାଦର ସ୍ୱର ଆପେ ଆପେ ହଜି ଯାଉଛି।  ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।

ଜିଲ୍ଲାର ଧାମନଗର ବ୍ଲକ ଜୟନଗରରେ ଥିବା ବିଦ୍ୟାଳୟ ହତା ମଧ୍ୟରେ ରହିଛି ଦୁଇଟି ସ୍କୁଲ। ହତା ମଧ୍ୟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ପଢ଼ୁଛନ୍ତି। ତାହା ପାର୍ଶ୍ୱରେ ଥିବା ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଓ ସପ୍ତମ ଶ୍ରେଣୀର ୬୪  ପିଲା ପଢ଼ୁଛନ୍ତି। ଏହା ଏକ ସରକାର ଅନୁଦାନପ୍ରାପ୍ତ ସ୍କୁଲ ।  ସରକାରୀ ସ୍କୁଲ ପିଲାଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଥିବା ବେଳେ ଅନୁଦାନପ୍ରାପ୍ତ ସ୍କୁଲ ପିଲା ଏଥିରୁ ବଞ୍ଚିତ ହେଉଛନ୍ତି।  ସରକାରଙ୍କ ପାତରଅନ୍ତର ନୀତି ଏଠାରେ ସ୍ପଷ୍ଟ ଦେଖିବାକୁ ମିଳୁଛି।

ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଡ୍ରେସ୍‌ ମିଳୁଛି। ହେଲେ ହତା ଭିତରେ ଥିବା ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ଓ ସପ୍ତମ ଶ୍ରେଣୀର ୬୪  ପିଲା ସ୍କୁଲ ଡ୍ରେସ୍‌ରୁ ବଞ୍ଚିତ ହେଉଛନ୍ତି । ବିଦ୍ୟାଳୟରେ ଶ୍ରେଣୀଗୃହ ଓ ଶୌଚାଳୟ ବ୍ୟବସ୍ଥା ଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ଏହି ମୌଳିକ ସୁବିଧା ମଧ୍ୟ ନାହିଁ।  ସେମାନେ ବର୍ଷ ସାରା ଖରା, ବର୍ଷାରେ ବାହାରେ ତଳେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି। ସ୍କୁଲ କମିଟିର ନିବେଦନରେ ନିର୍ମାଣ ହେଉଥିବା ଶ୍ରେଣୀଗୃହ ମଧ୍ୟ ଅଧ ପନ୍ତରିଆ ହୋଇ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ଏ ସମ୍ପର୍କରେ  ପଦ୍ମାବତୀ ସ୍ୱାଇଁ ନାମ୍ନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ କକହିଛନ୍ତି, ୨ ବର୍ଷ ହେଲା ପଢ଼ିଲିଣି। କିନ୍ତୁ ଖଣ୍ଡେ ବି ଡ୍ରେସ ମିଳୁନି। ସାର୍‌ ନିଜ ହାତରୁ ପଇସା ଖର୍ଚ୍ଚ କରି ଆମକୁ ଡ୍ରେସ୍‌ ଦେଇଛନ୍ତି। ଶୌଚାଳୟ ସୁବିଧା ନ ଥିବାରୁ ଖୁବ୍‌ ହଇରାଣ ହେଉଛି।

ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ପ୍ରଧାନ ଶିକ୍ଷକ ମନୋଜ ସିଂ  ମଧ୍ୟ ସରକାରଙ୍କ ଏ ପ୍ରକାର ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କହିଛନ୍ତି, ଏଠାରେ ସ୍କୁଲ ହେଲା ଦିନଠୁ ପିଲାଙ୍କୁ ଥରେ ପୋଷାକ ମିଳିଛି। ଆଉ ମିଳୁ ନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହି କହି ମଧ୍ୟ ଶୌଚାଳୟ ପାଇଁ ଅନୁଦାନ ମିଳୁନି।

ପ୍ରାଥମିକ ସ୍କୁଲ ପରିସରରେ ଥିବା ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ ଅନୁଦାନପ୍ରାପ୍ତ ସ୍କୁଲ ଥିବାରୁ ସରକାରୀ ସହଯୋଗ ଏତେଟା ମିଳୁନାହିଁ ।  ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କେବଳ ବହି ଦେବାର ବ୍ୟବସ୍ଥା ରହିଛି। ଏଠାକାର ପିଲାଙ୍କୁ ଡ୍ରେସ୍‌ ଦେବାର କିମ୍ବା, ଶୌଚାଳୟ, ଗୃହର କିଛି ବି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି ।



from Odisha Reporter https://ift.tt/2uua3Gm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages