କୁହୁଡ଼ି କଲା ବାଟବଣା, ମଝି ଚିଲିକାରେ ଫସିଲା ଡଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

କୁହୁଡ଼ି କଲା ବାଟବଣା, ମଝି ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ):  ଘନ କୁହୁଡ଼ି ଯୋଗୁଁ  ଚିଲିକାରେ  ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଫସି ରହିଲା ଏକ ଯାତ୍ରୀବାହୀ ଡଙ୍ଗା।  ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା। କୁହୁଡ଼ି ଛାଡ଼ିବା ପରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦରେ ପହଞ୍ଚିଥିବା ଜଣାଯାଇଛି। ଏହି ଡଙ୍ଗାରେ ୩୦ଜଣ ଯାତ୍ରୀ ଓ ୧୦ଟି ବାଇକ୍‌ ଥିବା ସୂଚନା ମିଳିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତାଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାଟି ଆଜି ସକାଳ ୭ଟା୧୫ରେ ସାତପଡ଼ା ଛାଡ଼ିଥିଲା। ୫ କି.ମି ଅତିକ୍ରମ କରି ଜହ୍ନିକୁଦରେ ପହଞ୍ଚିବାକୁ ଡଙ୍ଗାକୁ ପ୍ରାୟ ୪୫ ମିନିଟ୍‌ ସମୟ ଲାଗିଥାଏ। ମାତ୍ର ଆଜି ୧ କି.ମି ଯିବା ପରେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟବଣା ହୋଇ ଯାଇଥିଲେ। ଫଳରେ ମହିଷା ବ୍ରହ୍ନପୁର ନିକଟସ୍ଥ ଏକ ଗାଁ ପାଖାପାଖି ଡଙ୍ଗାଟି ଫସି ଯାଇଥିଲା। ସେଠାରେ ନାଉରିଆମାନେ ଡଙ୍ଗାଟିକୁ ଅଟକାଇ ରଖିଥିଲେ। ଏହାପରେ କୁହୁଡ଼ି ଛାଡ଼ିବା ପରେ ଦିନ ପ୍ରାୟ ୯ଟା ପରେ ଡଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ। ଆଉ ୧୦ଟା ବେଳକୁ ଜହ୍ନିକୁଦରେ ଡଙ୍ଗାଟି ଲାଗିଥିଲା।

ଡଙ୍ଗାଟି ଦୀର୍ଘ ସମୟ ମଝି ଚିଲିକାରେ ଫସି ରହିଥିଲେ ମଧ୍ୟ ଏ  ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନ ଥିଲା। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଚିଲିକାରୁ ଅଗ୍ନିଶମ ଗାଡ଼ି ଜହ୍ନିକୁଦରେ ପହଞ୍ଚିଥିଲା। ସେତେବେଳକୁ ଡଙ୍ଗାଟି କୂଳରେ ଲାଗି ଯାଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷ୍ଣପ୍ରସାଦ ମଧ୍ୟରେ ଥିବା ୧୪ଟି ପଞ୍ଚାୟତକୁ  ଗମନାଗମନ ନିମନ୍ତେ ସ୍ଥାନୀୟ ଲୋକେ ଚିଲିକା ଉପରେ ହିଁ ନିର୍ଭର କରିଥାନ୍ତି। ଏଥିନିମନ୍ତେ ୨ଟି ବଡ଼ ଡଙ୍ଗା ଓ କିଛି ଛୋଟ ଡଙ୍ଗା ଚଳାଚଳ କରୁଛି। ଏକ ବଡ଼ ଡଙ୍ଗାରେ ୫୦ ଯାତ୍ରୀଙ୍କ ସମେତ ୨୦ ବାଇକ୍‌ ଯିବାର କ୍ଷମତା ଥିବା ବେଳେ ଛୋଟ ଡଙ୍ଗାରେ ୧୦ ଯାତ୍ରୀଙ୍କ ସମେତ ୭ ବାଇକ୍‌ ଲାଗି ବ୍ୟବସ୍ଥା ରହିଛି।

ହେଲେ ଡଙ୍ଗାଟି କ୍ଷମତାଠାରୁ ଅଧିକ ଯାତ୍ରୀ ଓ ବାଇକ୍‌ ଧରି ଯାଉଥିବାରୁ ମଝି ପାଣିରେ ଏପରି ସମସ୍ୟା ଦେଖାଦେଇଥିବା ଅନୁମାନ କରାଯାଉଛି। ବର୍ଷ ବର୍ଷ ଧରି ସାଧାରଣ ଲୋକଙ୍କ ଜୀବନ ସହ ଚାଲିଥିବା ଏପରି ଖେଳ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ସମ୍ପୂର୍ଣ୍ଣ ଅବଗତ ରହି ମଧ୍ୟ ନୀରବଦ୍ରଷ୍ଟା ସାଜିବା ଯୋଗୁ ଅସନ୍ତୋଷ ଦେଖାଦେଉଛି। ଅପରପକ୍ଷେ ଏପରି ବହୁ ଦୁର୍ଘଟଣା ଘଟି ଲୋକଙ୍କ ଜୀବନହାନୀ ମଧ୍ୟ ହେଉଛି।



from Odisha Reporter https://ift.tt/2TpQN7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages