ନିଜର ପ୍ରଚାର ପାଇଁ ନିର୍ବାଚନରେ କେତେ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ନିଜର ପ୍ରଚାର ପାଇଁ ନିର୍ବାଚନରେ କେତେ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବିଜେପି

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରରେ କ୍ଷମତେ ଦଖଲ କରିଛି। ସେହିପରି ୨୦୧୪ ତୁଳନାରେ ଦଳ ଅଧିକ ଆସନ ମଧ୍ୟ ଦଖଲ କରିଛି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲା ଜାଣିଛନ୍ତି କି?

ଯଦି ନା, ତା’ହେଲେ ଆଜି ଏନେଇ ଆମେ ସୂଚନା ଦେବୁ। ମିଳିଥିବା ସୂଚନା ଅନୁଯାୟୀ, ଦଳ ଲୋକସଭା ନିର୍ବାଚନରେ ନିଜର ପ୍ରଚାର ପାଇଁ ୧୨୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୪ ତୁଳନାରେ ୨୦୧୯ରେ ଦଳ ୭୭% ଅଧିକ ଅର୍ଥ ନିଜର ପ୍ରଚାର ପାଇଁ ଖର୍ଚ୍ଚ କରିଛି।

୨୦୧୪ରେ ବିଜେପି ୭୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ତେବେ ବିଜେପି ଖୋଦ ଏହି ଆର୍ଥିକ ଖର୍ଚ୍ଚର ସୂଚନା ଦେଇଛି। ତେଣୁ ଏହାବାଦ୍‌ ମଧ୍ୟ ଦଳ ଲୁଚାଛପାରେ ଆହୁରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।

ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବିଜେପି ନିଜର ପ୍ରଚାର ପାଇଁ ସର୍ବଭାରତୀୟ ସ୍ତରରେ ୧୦୭୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପ୍ରାର୍ଥୀମାନଙ୍କ ପାଇଁ ୧୮୬.୫ କୋଟି ଟଙ୍କା ବ୍ୟୟ କରିଛି।

ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଗଣମାଧ୍ୟମକୁ ୬.୩୩ ଲକ୍ଷ, ୪୬ ଲକ୍ଷ ପବ୍ଲିସିଟି ସାମଗ୍ରୀ, ସାଧାରଣ ସଭା ପାଇଁ ୯.୯୧ କୋଟି ଓ ଶୋଭାଯାତ୍ରା ପାଇଁ ୨.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ପ୍ରାର୍ଥୀଙ୍କ ନାଁରେ ଥିବା ଅପରାଧିକ ମାମଲାର ବିଜ୍ଞାପନ ବାବଦରେ ୪୮.୯୬ ଲକ୍ଷ ଟଙ୍କା ବିଜେପି ଖର୍ଚ୍ଚ କରିଛି।

ଅନ୍ୟପକ୍ଷରେ କଂଗ୍ରେସ ୨୦୧୪ରେ ୫୧୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୯ରେ ଦଳ ୮୨୦ କୋଟି ଟଙ୍କା ବ୍ୟୟ କରିଥିଲା।

ଲୋକସଭା ନିର୍ବାଚନ ବେଳେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଦଳର କେନ୍ଦ୍ରୀୟ ମୁଖ୍ୟାଳୟ ଏହି ୪ ରାଜ୍ୟକୁ ନିଜର ପ୍ରଚାର ପାଇଁ ୭୫୫ କୋଟି ଟଙ୍କା ଦେଇଥିଲା। ଏଥିରୁ ଷ୍ଟାର ପ୍ରଚାରକଙ୍କ ପାଇଁ ୧୭୫.୬୮ କୋଟି, ଗଣାମଧ୍ୟମରେ ବିଜ୍ଞାପନ ପାଇଁ ୩୨୫ କୋଟି, ପୋଷ୍ଟର, ବ୍ୟାନର ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୨୫.୪୦ କୋଟି, ସାଧାରଣ ସଭା ପାଇଁ ୧୫.୯୧ କୋଟି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୨୧୨.୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

୨୦୧୮-୧୯ ବର୍ଷରେ ବିଜେପି ବିଭିନ୍ନ ସୂତ୍ରରୁ ୨୪୪୧ କୋଟି ଟଙ୍କାର ଚାନ୍ଦା ପାଇଥିଲା। ୨୦୧୭-୧୮ ତୁଳନାରେ ଦଳର ଆୟ ୧୩୪% ବୃଦ୍ଧି ପାଇଛି। କାରଣ ୨୦୧୭-୧୮ରେ ବିଜେପି ୧୦୨୭ କୋଟି ଟଙ୍କାର ଚାନ୍ଦା ପାଇଥିଲା।

ବିଜେପି ପାଇଥିବା ୨,୪୪୧ କୋଟିର ଚାନ୍ଦା ମଧ୍ୟରୁ କେବଳ ନିର୍ବାଚନୀ ବଣ୍ଡରୁ ୧୪୫୦ କୋଟି ଟଙ୍କା ଆୟ କରିଥିଲା। ୨୦୧୭-୧୮ରେ ଦଳ ୨୧୦ କୋଟି ଟଙ୍କା ନିର୍ବାଚନୀ ବଣ୍ଡରୁ ହାସଲ କରିଥିଲା।

୨୦୧୭-୨୮ରେ ଦଳ ବାର୍ଷିକ ୭୫୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୮-୧୯ରେ ଏହା ୩୨% ବୃଦ୍ଧି ପାଇଁ ୧୦୦୫ କୋଟି ଟଙ୍କାକୁ ଅତିକ୍ରମ କରିଛି।



from Odisha Reporter https://ift.tt/38hlsIx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages