ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗତକାଲି ୨୦୨୦ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୧୪୧ ଜଣଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ‘ପଦ୍ମ ବିଭୂଷଣ’ ଲାଗି ମନୋନୀତ କରାଯାଇଥିବା ବେଳେ ୧୬ଜଣଙ୍କୁ ‘ପଦ୍ମଭୂଷଣ’ ଓ ବାକି ୧୧୮ ଜଣଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ଲାଗି ଚୟନ କରାଯାଇଛି। ଏଥିରେ ବଲିଉଡ୍ ଓ ଟେଲି ଦୁନିଆର କିଛି ସେଲେବ୍ରିଟି ମଧ୍ୟ ରହିଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।
I’m proud that just as my late father, I too have received the recognition, respect & honour from my country – for contribution & service to art & duty to my country.. You are always responsible & answerable for your own life- not others!
‘History’ of justice teaches that! 😊 https://t.co/6P94duabCa— Adnan Sami (@AdnanSamiLive) January 26, 2020
ଅଦନାନ୍ ସାମୀ: ବଲିଉଡ୍ର ଷ୍ଟାର ସିଙ୍ଗର, କମ୍ପୋଜର, ଟେଲିଭିଜନ୍ ପ୍ରେଜେଣ୍ଟର ଅଦନାନ୍ ସାମୀଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ‘ଥୋଡ଼ିସି ତୋ ଲିଫ୍ଟ କରାଦେ’ ଆଲବମ୍ ଗୀତରୁ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ତାଙ୍କର ଭିନ୍ନ ଶୈଳୀର ଗୀତ ଓ କଣ୍ଠ ପାଇଁ ବେଶ୍ ଲୋକପ୍ରିୟ। ଅଦନାନ୍ ବ୍ରିଟେନ୍ରେ ଜନ୍ମ ହୋଇଥିଲେ। ସେ ପାକିସ୍ତାନର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଏହା ପୂର୍ବରୁ କାନାଡ଼ାର ନାଗରିକ ଥିଲେ। ୨୦୧୬ରେ ସେ ଭାରତର ନାଗରିକତା ଗ୍ରହଣ କରିଥିଲେ।
କରଣ ଜୋହର: ବଲିଉଡ୍ର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ତଥା ଧର୍ମା ପ୍ରଡକ୍ସନ୍ର ମାଲିକ କରଣ ଜୋହରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି। କରଣ ପାଖାପାଖି ୪୦ରୁ ଅଧିକ ଫିଲ୍ମ ତିଆରି କରିଛନ୍ତି। ସେଥିମଧ୍ୟରେ ‘କୁଛ କୁଛ ହୋତା ହୈ’, ‘କଭି ଖୁସି କଭି ଗମ୍’ ଓ ‘ମାଇଁ ନେମ୍ ଇଜ୍ ଖାନ୍’ ପରି ସୁପର୍ ହିଟ୍ ଫିଲ୍ମ ରହିଛି। ନିର୍ଦ୍ଦେଶନା ଓ ପ୍ରଯୋଜନା ସହିତ ସେ ଅଭିନୟ ମଧ୍ୟ କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ ନାଁ ଘୋଷଣା ହେବା ପରେ କରଣ ଟ୍ୱିଟ୍ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି।
#PadmaAwards2020 @PadmaAwards @PIBhomeAffairs pic.twitter.com/fPbKtjjMeH
— Karan Johar (@karanjohar) January 25, 2020
କଙ୍ଗନା ରାଣାୱତ୍: ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁଠୁ ଦମ୍ଦାର୍ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ସେ ‘ଫ୍ୟାଶନ୍’, ‘କୁଇନ୍’, ‘ତନୁ ୱେଡେସ୍ ମନୁ’, ‘ମଣିକର୍ଣ୍ଣିକା’ ଓ ‘ଗ୍ୟାଙ୍ଗଷ୍ଟାର’ ପରି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ‘କୁଇନ୍’ ଚଳଚ୍ଚିତ୍ର ପାଇଁ ସେ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ ନାଁ ଘୋଷଣା ହେବା ପରେ କଙ୍ଗନା ବହୁତ ଖୁସି ଅଛନ୍ତି। ଏଥିପାଇଁ ସେ ଭାରତ ସରକାର ଓ ତାଙ୍କ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସେ ଏହି ପୁରସ୍କାରକୁ କିଛି କରିବାକୁ ସ୍ୱପ୍ନ ଦେଖୁଥିବା ମହିଳାମାନଙ୍କୁ ସମର୍ପିତ କରିଛନ୍ତି।
After being conferred with Padma Shri, #KanganaRanaut conveys her heartfelt gratitude to the honorable govt of India and her well wishers.#PadmaShriKanganaRanaut pic.twitter.com/TuSD6QPuS3
— Team Kangana Ranaut (@KanganaTeam) January 25, 2020
ଏକ୍ତା କପୁର: ଟେଲିଭିଜନ୍ ଇଣ୍ଡଷ୍ଟ୍ରୀରେ ବହୁତ ସଫଳତା ଅର୍ଜନ କରିଥିବା ମହିଳା ହେଉଛନ୍ତି ଏକ୍ତା କପୁର। ସେଥିପାଇଁ ତାଙ୍କୁ ‘ଟେଲିକୁଇନ୍’ ବୋଲି କୁହାଯାଏ। ତାଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ସେ ବି ଏ ଖବର ପାଇବା ପରେ ଖୁସି ପ୍ରକଟ କରିଛନ୍ତି। ଏକ୍ତା ୧୯୯୪ରୁ ମନୋରଞ୍ଜନ ଦୁନିଆରେ ସକ୍ରିୟ ଅଛନ୍ତି। ତାଙ୍କ ପ୍ରଡକ୍ସନ୍ ହାଉସ୍ ‘ବାଲାଜୀ ଟେଲିଫିଲ୍ମସ୍’କୁ ଏବେ ୨୫ ବର୍ଷ ପୂରିଗଲାଣି। ଏକ୍ତା ‘ହମ୍ ପାଞ୍ଚ୍’, ‘କ୍ୟୁଁ କି ଶାଶ୍ ଭି କଭି ବହୂ ଥୀ’, ‘କାହାନୀ ଘର ଘର କୀ’, ‘କସୌଟି ଜିନ୍ଦେଗୀ କୀ’, ‘ବଡ଼େ ଅଚ୍ଛେ ଲଗ୍ତେ ହେଁ’, ‘ପବିତ୍ର ରିସ୍ତା’, ‘କୁମ୍କୁମ୍ ଭାଗ୍ୟ’ ଓ ‘ନାଗିନ୍’ ପରି ପାଖାପାଖି ୬୪ଟି ହିଟ୍ ସିରିଏଲ୍ ତିଆରି କରିଛନ୍ତି। କେବଳ ସିରିଏଲ୍ ନୁହେଁ, ସେ ନିଜ ବ୍ୟାନରରେ ‘ମିଶନ୍ ଇସ୍ତାନବୁଲ୍’, ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’, ‘ଏକ୍ ଭିଲେନ୍’, ‘ଉଡ଼୍ତା ପଞ୍ଜାବ’, ‘ହାଫ୍ ଗର୍ଲଫ୍ରେଣ୍ଡ’ ଓ ‘ଡ୍ରିମ୍ଗର୍ଲ’ ପରି ସୁପରହିଟ୍ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି। ଏହା ବ୍ୟତୀତ ତାଙ୍କ ୱେବ୍ ଚ୍ୟାନେଲ୍ ‘ଅଲ୍ଟ ବାଲାଜୀ’ରେ ମଧ୍ୟ ସେ ଅନେକଗୁଡ଼ିଏ ୱେବ୍ସିରିଜ୍ କରିଛନ୍ତି।
👍🏼JAI MATA DI JAI BALAJI JAI HIND!!! @PIB_India #padmaawards2020 pic.twitter.com/qeZArPZMdW
— Ekta Kapoor (@ektaravikapoor) January 25, 2020
from Odisha Reporter https://ift.tt/3aFkuHP
No comments:
Post a Comment