ପାଚେରି ଡେଇଁ ଚିଦାମ୍ୱରମଙ୍କୁ ଗିରଫ କରିଥିବା ଅଧିକାରୀଙ୍କୁ ରାଷ୍ଟ୍ରପତି ମେଡ଼ାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 25, 2020

ପାଚେରି ଡେଇଁ ଚିଦାମ୍ୱରମଙ୍କୁ ଗିରଫ କରିଥିବା ଅଧିକାରୀଙ୍କୁ ରାଷ୍ଟ୍ରପତି ମେଡ଼ାଲ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ୨୮ ସିବିଆଇ ଅଫିସରଙ୍କୁ ରାଷ୍ଟ୍ରପତି ମେଡ଼ାଲ ମିଳିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହି ୨୮ ସିବିଆଇ ଅଫିସରଙ୍କ ମଧ୍ୟରେ ରହିଛନ୍ତି ଡେପୁଟି ଡିଏସପି ରାମାସ୍ୱାମୀ ପାର୍ଥସାରଥୀ। ଯିଏକି, ସିବିଆଇ ଅଫିସର। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ପି. ଚିଦାମ୍ୱରଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରର ପାଚେରି ଡେଇଁ ଯାଇଥିଲେ। ରାମାସ୍ୱାମୀଙ୍କ ଏହି ଅଦମ୍ୟ ସାହସ ଏବଂ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଦେଖି ସରକାର ତାଙ୍କୁ ରାଷ୍ଟ୍ରପତି ମେଡାଲ ପାଇଁ ବିବେଚିତ କରିଛନ୍ତି।

ରାମାସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଜଣେ ଅଫିସର ଧୀରେନ୍ଦ୍ର ଶୁକ୍ଳାଙ୍କୁ ବି ରାଷ୍ଟ୍ରପତି ପୁଲିସ ମେଡ଼ାଲ ମିଳିବ। ଇଏ ହେଉଛନ୍ତି ସେହି ପୁଲିସ ଅଫିସର ଯିଏକି ଜେଡେ ହତ୍ୟା ମାମଲା, ଗୁରମିତ ରାମ ରହିମ, ସଂଯୁକ୍ତ ଆରବରୁ ରୋଶନ ଅନସାରୀଙ୍କୁ ଭାରତ ଆଣିବା ମାମଲାରେ ସାମିଲ୍ ଥିଲେ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ରାତି ଅଧିଆ ଚିଦାମ୍ୱରମଙ୍କୁ ତାଙ୍କ ଘରୁ ନାଟକୀୟ ଢ଼ଙ୍ଗରେ ଗିରଫ କରିଥିଲା। ସିବିଆଇ ଲଗାଇଥିବା ଦଫା ବାବଦରେ କଂଗ୍ରେସ କାର୍ଯ୍ୟାଳୟରେ ଚିଦାମ୍ୱରମ ପ୍ରେସ କନଫରେନସ କରି ନିଜ ଘରକୁ ପଳାଇ ଆସିଥିଲେ। ଏହାପରେ ଗେଟ୍ ବନ୍ଦ କରି ଦେଇଥିଲେ। ଖବର ପାଇ ସିବିଆଇ ଚିଦାମ୍ୱରମଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲା। ହେଲେ ଗେଟ୍ ବନ୍ଦ ଥିବାରୁ ସିବିଆଇ ଟିମ୍ ଘର ଭିତରକୁ ପ୍ରବେଶ କରିପାରିନଥିଲା। ଏହାପରେ ସିବିଆଇ ଅଧିକାରୀ ରାମାସ୍ୱାମୀ ନିଜେ ପାଚେରି ଡେଇଁ ଘର ଭିତରକୁ ଯାଇ ଗିରଫ କରିଥିଲେ।



from Odisha Reporter https://ift.tt/2NXFjEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages