ଫାଶୀରୁ ବର୍ତ୍ତିବାକୁ ନର୍ଭୟା ଦୋଷୀଙ୍କ ଶେଷ ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ଫାଶୀରୁ ବର୍ତ୍ତିବାକୁ ନର୍ଭୟା ଦୋଷୀଙ୍କ ଶେଷ ପ୍ରୟାସ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଦୋଷୀ ଆସନ୍ତା ୨୨ ତାରିଖରେ ଫାଶୀ ପାଇବେ ବୋଲି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ଶେଷ ପ୍ରୟାସ କରିଛି। ଆଜି ବିନୟ ତା’ ଓକିଲ ଜରିଆରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି।

ବିନୟ ଶର୍ମାର ଓକିଲ ଏପି ସିଂହ କ୍ୟୁରେଟିଭ ପିଟିସନ ଦାଖଲ କରି ଡେଥ ୱାରେଣ୍ଟରେ ରୋକ ଲଗାଇବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, “ବିନୟ ଶର୍ମାଙ୍କୁ ଘଟଣା ବେଳେ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ତେଣୁ ଯୁବାବସ୍ଥା ଓ ସୋସିଓ-ଇକୋନୋମିକ ବ୍ୟାକଗ୍ରାଉଣ୍ଟକୁ ମଧ୍ୟ ଏକ କାରଣ ଭାବେ ସୁପ୍ରିମକୋର୍ଟ ବିଚାର କରନ୍ତୁ। ସୁପ୍ରିମକୋର୍ଟ ୧୭ଟି ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ଆଜୀବନରେ ବଦଳାଇଛନ୍ତି। ତେଣୁ ବିନୟ ଶର୍ମାଙ୍କ କ୍ଷେତ୍ରରେ ମଧ୍ୟ ସୁପ୍ରିମକୋର୍ଟ ସମାନ ରାୟ ଦିଅନ୍ତୁ।”

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାନୁଆରୀ ୭ରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ ସିଂହଙ୍କ ନାଁରେ ଡେଥ ୱାରେଣ୍ଟ ଜାରି କରିଥିଲେ। ଏମାନଙ୍କୁ ଜାନୁଆରୀ ୨୨ ସକାଳ ୭ଟାରେ ଏକକାଳୀନ ଫାଶୀ ଖୁଣ୍ଟରେ ଝୁଲାଯିବ। ତେବେ ଏଥିରୁ ବର୍ତ୍ତିବା ପାଇଁ ବିନୟ କ୍ୟୁରେଟିଭ ପିଟିସନ ଦାଖଲ କରିଛି। କ୍ୟୁରେଟିଭ ପିଟିସନ ହେଉଛି ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ଆଇନଗତ ପଦକ୍ଷେପ। ଏହାକୁ ବିଚାରପତି ଚ୍ୟାମ୍ବର ମଧ୍ୟରେ ହିଁ ବିଚାର କରିବେ।

ଏହାପୂର୍ବରୁ ଫାଶୀ ଦଣ୍ଡ ପାଇଥିବା ଅକ୍ଷୟ ସିଂହ ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା। ହେଲେ ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସେହିପରି ଗତବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ଅନ୍ୟ ୩ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରି ଫାଶୀଦଣ୍ଡକୁ କାଏମ ରଖିଥିଲେ।

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡ଼ି ଦେଇଥିଲେ। ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲା। ସେହିପରି ୩ ବର୍ଷ ପରେ ନାବାଳକ ଜଣଙ୍କୁ ଜେଲରୁ ଖଲାସ କରାଯାଇଛି। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନିୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି। ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।



from Odisha Reporter https://ift.tt/2R3A8DS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages