ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିବ ଦୁଇ ଦୁଇଟି ବଡ଼ ଫିଲ୍ମ। ଦୁଇଟିଯାକ ଫିଲ୍ମ ସତ୍ୟ ଘାଟଣା ଉପରେ ଆଧାରିତ। ଏହି ଫିଲ୍ମ ଦୁଇଟି ହେଉଛି ଦୀପିକା ପାଦୁକୋନ୍ଙ୍କ ‘ଛପାକ୍’ ଓ ଅଜୟ ଦେବଗନ୍ଙ୍କ ‘ତାନାଜୀ’। ଗୋଟେପଟେ ‘ତାନାଜୀ’ରେ ଅଜୟ ଦେବଗନ୍, କାଜୋଲ, ସୈଫ୍ ଅଲ୍ଲୀ ଖାନ୍ ଶରଦ ଖେଲ୍କରଙ୍କ ଭଳି ଦମ୍ଦାର୍ ଷ୍ଟାର୍କାଷ୍ଟ ଥିବାବେଳେ ‘ଛପାକ୍’ର ୟୁଏସ୍ବି କିନ୍ତୁ କେବଳ ଦୀପିକା ପାଦୁକୋନ୍। ହେଲେ ତଥାପି ଫିଲ୍ମଟଇ ‘ତାନାଜୀ’ ଉପରେ ଭାରି ପଡ଼ିପାରେ। ଉଭୟ ଫିଲ୍ମର ଟ୍ରେଲର୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଆସନ୍ତୁ ଜାଣିବା ଉଭୟ ଫିଲ୍ମ ବିଷୟରେ।
ଛପାକ୍: ଏସିଡ୍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ଛପାକ୍’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର୍। ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସିଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ଦୀପିକାଙ୍କ ଲୁକ୍ ଏକଦମ୍ ଲକ୍ଷ୍ମୀଙ୍କ ଭଳି ରହିଛି। ଏହି ଫିଲ୍ମ ଜରିଆରେ ଦୀପିକା ପ୍ରଯୋଜନା କ୍ଷତ୍ରରେ ମଧ୍ୟ ପାଦ ଥାପିଛନ୍ତି। ହେଲେ ଦୀପିକାଙ୍କ ଫିଲ୍ମକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି। ଜେଏୟୁ ଛାତ୍ରଙ୍କ ସମର୍ଥନରେ ସେ ବିରୋଧ ପ୍ରଦର୍ଶନରେ ସାମିଲ୍ ହେବା ପରେ କିଛି ଲୋକ ତାଙ୍କ ଫିଲ୍ମକୁ ବିରୋଧ କରୁଛନ୍ତି ଓ ଏହାର ରିଲିଜ୍ ରୋକିବାକୁ ଦାବି କରୁଛନ୍ତି। ଏପରିକି ସୋଶାଲ୍ ମିଡିଆରେ #boycottchhapaak ଟ୍ରେଣ୍ଡ କରୁଛିା
ତାନାଜୀ : ସେହିପରି ଅଜୟ ଦେବଗନଙ୍କ ତାନାଜୀ ମଧ୍ୟ ଆସନ୍ତାକାଲି ପରଦାକୁ ଆସିବା ଫିଲ୍ମରେ ଅଜୟଙ୍କ ସହ କାଜୋଲ ଓ ସୈଫ ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ଅଛନ୍ତିା ଏହି ସିନେମାଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍ ହୋଇଛନ୍ତି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଏହି ଫିଲ୍ମଟି ଅଜୟଙ୍କର ୧୦୦ତମ ଫିଲ୍ମ। ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରାୟ ୯ ବର୍ଷ ପରେ ଅଜୟ ଓ କାଜୋଲ ପୁଣିଥରେ ଏକାଠି ପରଦାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାୱତ୍।
from Odisha Reporter https://ift.tt/2N9XwhZ
No comments:
Post a Comment