ଫେବୃଆରୀରେ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ, ଆମେରିକା ସହ ହେବ ୧୦ ବିଲିଅନ୍‌ ଡଲାରର ବାଣିଜ୍ୟିକ ଚୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ଫେବୃଆରୀରେ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ, ଆମେରିକା ସହ ହେବ ୧୦ ବିଲିଅନ୍‌ ଡଲାରର ବାଣିଜ୍ୟିକ ଚୁକ୍ତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ଏବଂ ୨୬ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବାକୁ ଥିବା ସୂଚନା ମିଳିଛି। ରାଷ୍ଟ୍ରପତି ହେବାପରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ। ବର୍ତ୍ତମାନ ଏହି ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଜାରି ରହିଛି ଏବଂ ଏହା ପୂର୍ବରୁ ବେଶ କିଛି ଦିନ ଧରି ମୂଲଚାଲ ଚାଲୁ ରହିଛି। ତେବେ ସେ ୨୪ ଓ ୨୬ରେ ଭାରତ ଆସିବା ନେଇ କୌଣସି ବିଧିବଦ୍ଧ ଘୋଷଣା ଏଯାଏ କରାଯାଇନାହିଁ।

ଟ୍ରମ୍ପ ସେହି ସମୟରେ ଭାରତ ଆସୁଛନ୍ତି ଯେତେବେଳେ ତାଙ୍କୁ ଆମେରିକାର ସିନେଟ୍‌ରେ ମହାଭିଯୋଗର ସାମ୍ନା କରିବାକୁ ପଡ଼ୁଛି। ଏତଦ୍‌ବ୍ୟତୀତ ନିର୍ବାଚନକୁ ମଧ୍ୟ ଆଉ ଅଳ୍ପ ଦିନ ବାକି ରହିଛି। ଆମେରିକାରେ ଆସନ୍ତା ନଭେମ୍ବର ମାସରେ ନିର୍ବାଚନ ହେବାର ଅଛି। ତେଣୁ ଟ୍ରମ୍ପଙ୍କ ଭାରତ ଗସ୍ତ ଉଭୟ ଅର୍ଥନୀତିକ ଓ କୂଟନୀତିକ କାରଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାର ଅଛି।

ମିଳିଥିବା ସୂଚନା ଅନୁଯାୟୀ ଭାରତ ଏବଂ ଆମେରିକା ମଧ୍ୟରେ ୧୦ ବିଲିଅନ୍‌ ଡଲାର ବା ୭୧ ହଜାର କୋଟି ଟଙ୍କାର ଚୁକ୍ତି ହେବାର ଅଛି। ଏତଦ୍‌ବ୍ୟତୀତ ଏକ ମୁକ୍ତ ବାଣିଜ୍ୟିକ ଚୁକ୍ତି ମଧ୍ୟ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ହେବ। ଏହି ଚୁକ୍ତି ପାଇଁ ବିଭିନ୍ନ ଟର୍ମ ଚୂଡ଼ାନ୍ତ କରିବା ପାଇଁ ଭାରତର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଆମେରିକା ବାଣିଜ୍ୟିକ ପ୍ରତିନିଧି ରବର୍ଟ ଲିଗ୍‌ଥାଇଜର ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବୈଠକ କରିବେ।

ଡାଭୋସ୍‌ଠାରେ ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ରେ ଏହି ଚୁକ୍ତି ବିଷୟରେ ଏକ ବୈଠକ ହୋଇସାରିଛି। ଏହାପରେ ଆମେରିକାର ୬ ଜଣିଆ ଟିମ୍‌ ଭାରତ ଆସି ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ କିଛି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଚୁକ୍ତି ପାଇଁ ମେଡିକାଲ ଡିଭାଇସ୍‌ ଏକ କଣ୍ଟା ସାଜିଥିବାବେଳେ ଏହାର ସମାଧାନ ହୋଇସାରିଥିବା ସୂଚନା ମିଳିଛି।

କିଛି ସୂତ୍ରରୁ ସୂଚନା ମିଳୁଛି, ମୋଦି-ଟ୍ରମ୍ପଙ୍କ ଉପସ୍ଥିତିରେ ଆମେରିକାର ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପରି ଗୁଜରାଟର ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ। ମୋଟେରା କ୍ରିକେଟ୍‌ ଷ୍ଟାଡିଅମ୍‌ଠାରେ ଏହା ଆୟୋଜିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ ଟ୍ରମ୍ପଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ। ଏହାପରେ ଟ୍ରମ୍ପ ୨୦୧୯ ସାଧାରଣତନ୍ତ୍ର ଦିବସରେ ଯୋଗଦେବାର ଥିଲା। ତେବେ ଟ୍ରମ୍ପ କୌଣସି କାରଣରୁ ଏହି ନିମନ୍ତ୍ରଣକୁ ମନା କରିଦେଇଥିଲେ। ଶେଷ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ବାରାକ ଓବାମା ୨୦୧୫ରେ ଭାରତ ଆସିଥିଲେ। ସେ ଭାରତର ଗଣତନ୍ତ୍ର ଦିବସର ଅତିଥି ଭାବେ ଯୋଗ ଦେଇଥଇଲେ।



from Odisha Reporter https://ift.tt/37B1ok5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages