‘କ୍ରିଶ୍ ୪’ରେ ଦୀପିକା-ହ୍ରିତିକ୍‌ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

‘କ୍ରିଶ୍ ୪’ରେ ଦୀପିକା-ହ୍ରିତିକ୍‌ ଯୋଡ଼ି

ମୁମ୍ୱାଇ: ଦୀପିକା ବଲିଉଡ୍‌ର ଅନେକ ଷ୍ଟାରଙ୍କ ସହ କାମ କରିସାରିଥିବା ବେଳେ ତାଙ୍କ ଫ୍ୟାନ୍ ତାଙ୍କୁ ହ୍ରିତିକଙ୍କ ସହ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଆଉ ସେମାନଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। କାରଣ ହ୍ରିତିକ୍‌ ସୁପରହିରୋ ଡ୍ରାମା ‘କ୍ରିଶ୍ ୪’ ପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏଥିରେ ଦୀପିକାଙ୍କୁ ଲିଡ୍‌ ହିରୋଇନ୍‌ ଭାବେ ନେବାକୁ ସ୍ଥିର କରିଛନ୍ତି।

ସୂଚନା ଅନୁଯାୟୀ, ‘କ୍ରିଶ୍‌’ର ପୂର୍ବ ଦୁଇଟି ପାର୍ଟରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ଏଥିରେ ଦେଖିବାକୁ ମିଳିବ ନାହିଁ। ତାଙ୍କ ସ୍ଥାନରେ ହ୍ରିତିକ୍‌ ଓ ତାଙ୍କ ବାପା ରାକେଶ ରୋଶନ୍‌ ଦୀପିକାଙ୍କୁ ନେବାକୁ ଚାହୁଁଛନ୍ତି। ହେଲେ ଦୀପିକା ଏହି ଫିଲ୍ମକୁ ଗ୍ରହଣ କରିବେ କି ନାହିଁ, ତାହା କହିବା ଟିକେ କଷ୍ଟକର।  କାରଣ ସେ ସବୁବେଳେ ସେହିଭଳି ରୋଲ୍‌ ପ୍ଲେ କରନ୍ତି, ଯାହାଦ୍ୱାରା ଫିଲ୍ମରେ ତାଙ୍କର ଦବଦବା ରହିବ। ହେଲେ ଏହି ସିରିଜ୍‌ର ସବୁ ଫିଲ୍ମରେ ଆକର୍ଷଣ କେନ୍ଦ୍ରବିନ୍ଦୁ କେବଳ ହ୍ରିତିକ୍‌ ହିଁ ରୁହନ୍ତି। ତେବେ ଆଗକୁ ଜଣାପଡ଼ିବ ଦୀପିକା ଏହି ଫିଲ୍ମ କରିବେ କି ନାହିଁ। ଯଦି ଦୀପିକା ରାଜି ହୋଇଯା’ନ୍ତି, ତା’ହେଲେ ଉଭୟଙ୍କ ଫ୍ୟାନ୍‌ମାନେ ଦୁହିଁଙ୍କୁ ଏକାଠି ଦେଖି ବେଶ୍‌ ଖୁସି ହେବେ।

ସୂଚନାଯୋଗ୍ୟ, ୨୦୦୩ରେ ଆସିଥିଲା ରାକେଶ ରୋଶନ୍‌ଙ୍କ ନିର୍ଦ୍ଦେଶିତ ଓ ହ୍ରିତିକ୍‌ ରୋଶନଙ୍କ ଅଭିନୀତି ଫିଲ୍ମ ‘କୋଇ ମିଲ୍‌ ଗେୟା’। ଏହା ହିଟ୍‌ ହେବା ପରେ ପୁଣି ଥରେ ବାପପୁଅ ଏକାଠି ହୋଇ ୨୦୦୬ରେ ଏହାର ସିକ୍ୱେଲ୍‌ ତିଆରି କରିଥିଲେ, ଯାହାର ନାଁ ଥିଲା ‘କ୍ରିଶ୍’। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏଥିରେ ହ୍ରିତିକଙ୍କ ସହିତ ପ୍ରିୟଙ୍କା ଚୋପ୍ରା ଲିଡ୍ ରୋଲ୍‌ରେ ଥିଲେ। ଏହାପରେ ଦର୍ଶକଙ୍କ ଡିମାଣ୍ଡକୁ ଦେଖି ରୋଶନ ଯୋଡ଼ି ନେଇ ଆସିଥିଲେ ‘କ୍ରିଶ୍‌ ୩’। ଏହି ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା। ବକ୍ସ ଅଫିସ୍‌ରେ ଏହା ପାଖାପାଖି ୩୭୪ କୋଟି ଟଙ୍କା ଆୟ କରିଥିଲା। ଏହି ଫିଲ୍ମରେ ମଧ୍ୟ ହ୍ରିତିକ୍‌ ଓ ପ୍ରିୟଙ୍କା ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। କଙ୍ଗନା ରାଣାୱତ୍‌ ମଧ୍ୟ ଏହି ଫିଲ୍ମରେ ଥିଲେ।

 



from Odisha Reporter https://ift.tt/38JWT7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages